BJD Bijuli 480×75 Mob

ଗୌରୀ ଲଙ୍କେଶ ହତ୍ୟାକୁ ପୁରିଲା ବର୍ଷେ ; ଜାଣନ୍ତୁ କେଉଁ ସାମ୍ବାଦିକ ମାନଙ୍କ ଉପରେ ହୋଇଛି ଆକ୍ରମଣ

BJD Bijuli 480×75 Mob
0

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟାକୁ ବୁଧବାର ବର୍ଷେ ପୁରିଛି। ବର୍ତ୍ତମାନ ମଧ୍ୟ ଏହି ହତ୍ୟା ଘଟଣାର ତଦନ୍ତ ଚାଲିଛି। ପୁଲିସ ବର୍ତ୍ତମାନ ସୁଦ୍ଦା ୧୦ଜଣଙ୍କୁ ଗିରଫ କରିସାରିଛି। ଗୌରୀ ଲଙ୍କେଶଙ୍କ ହତ୍ୟାପରେ ମଧ୍ୟ ଦେଶରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କମିନାହିଁ। ପ୍ରେସ ସ୍ୱାଧୀନତା ରିପୋର୍ଟ ଅନୁସାରେ ବିଶ୍ୱରେ ଭାରତର ସ୍ଥାନ ୨୦୧୭ରେ ୧୩୬ ନମ୍ବରରେ ରହିଥିବାବେଳେ ୨୦୧୮ରେ ୧୩୮କୁ ଖସିଯାଇଛି। ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଚଳିତ ବର୍ଷ ୧୪୦ ଲୋକଙ୍କ ବିରୁଦ୍ଧରେ ୨୦୦ରୁ ଅଧିକ ମାମଲା ରହିଛି ବୋଲି ଫେବ୍ରୁୟାରୀ ମାସରେ ଭାରତର ଗୃହ ମନ୍ତ୍ରାଳୟ ସଂସଦରେ ସୂଚନା ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କିଛି ବରିଷ୍ଠ ସାମ୍ବାଦିକଙ୍କ ଆକ୍ରମଣ ସର୍ମ୍ପକରେ।
ଶୁଜାତ ବୁଖାରୀ : ରାଇଜିଂ କାଶ୍ମୀର ଖବର କାଗଜର ସମ୍ପାଦକ ଶୁଜାଦ ବୁଖାରୀଙ୍କ ଉପରେ ଜୁନ ୧୪ରେ ତାଙ୍କ କାର୍ଯ୍ୟାଳୟ ବହାରେ ହିଁ ହତ୍ୟା କରାଯାଇଥିଲା। ଘଟଣାସ୍ଥଳରୁ ଯିବା ପୂର୍ବରୁ ଦୁର୍ବୃତ ମାନେ ୧୫ରୁ ଅଧିକ ଗୁଳି ଚଳେଇଥିଲେ।
ସନ୍ଦୀପ ଶର୍ମା : ମଧ୍ୟପ୍ରଦେଶର ଭିଣ୍ଡ ଜିଲାରେ ସାମ୍ବାଦିକ ସନ୍ଦୀପଙ୍କ ଉପରେ ଏକ ଟ୍ରକ ଚଢି ଯାଇଥିଲା। ଅବୈଧ ଭାବରେ ଖଣି ଖନନକୁ ନେଇ ସେ ଖବର ସଂଗ୍ରହ କରୁଥିବା ସମୟରେ ତାଙ୍କ ଉପରେ ଏଭଳି ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ସନ୍ଦୀପ ଗୁରୁତର ହୋଇଥିଲେ।
ନବୀନ ନିଶ୍ଚଲ : ବିହାରର ଭୋଜପୁର ଜିଲାରେ ଏକ କାର ସମ୍ବାଦିକ ନବୀନ ନିଶ୍ଚଲଙ୍କ ମୋଟରସାଇକଲକୁ ଆଘାତ ଦେଇଥିଲା। ଏହି ଆକ୍ରମଣରେ ଦୁଇଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁଇ ସାମ୍ବାଦିକ ଜାତୀୟ ଖବରକାଗଜ ‘ଦୈନିକ ଭାସ୍କର’ରେ କାର୍ଯ୍ୟରତ ଥିଲେ।
ଚଳିତ ବର୍ଷ ଏପ୍ରିଲ ମାସରେ ‘ସିଲଂ ଟାଇମ୍ସ’ର ସମ୍ପାଦକ ପେଟ୍ରୋସିଆ ମୁଖିମଙ୍କ ଉପରକୁ ପେଟ୍ରୋଲ ବୋମାରେ ଆକ୍ରମନ କରାଯାଇଥିଲା। ମୁଖିମ ମଧ୍ୟ ଅବୈଧ ଖଣି ଖନନକୁ ବିରୋଧ କରି ଲଗାତାର ଲେଖୁ ଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି।
ଆସାମ ପୁଲିସ ଏମ୍ବି ସି ଲମ୍ବି ନାମକ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଆସାମ ଓ ମିଜୋରାମ ସୀମା ବିବାଦକୁ ନେଇ ଲମ୍ବି ଖବର ସଂଗ୍ରହ କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।
ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ଗାଜିଆବାଦରେ ସାମ୍ବାଦିକ ଅନୁଜ ଚୌଧୁରୀଙ୍କ ଉପରକୁ ଗୁଳିଚାଳନା କରାଯାଇଥିଲା। ଦୁଇଟି ଗୁଳି ଅନୁଜଙ୍କ ପେଟରେ ବାଜିଥିବା ବେଳେ ଦୁଇଟି ଗୁଳି ଡାହାଣ ହାତରେ ବାଜିଥିଲା।
ଗୌରୀ ଲଙ୍କେଶଙ୍କ ହତ୍ୟାର କିଛି ଦିନ ପରେ ତ୍ରିପୁରାରେ ଦୁଇ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା।

Leave A Reply