www.samajalive.in
Saturday, December 6, 2025
16.1 C
Bhubaneswar

ଗରିବ ବୃଦ୍ଧର ଶବସତ୍କାର ରେ ସହାୟକ ହେଲେ ସରପଞ୍ଚ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତ ର ସରପଞ୍ଚ ଆର୍. ହିମାଂଶୁ ପ୍ରସାଦ ରାଓ ମାନବିକତା ଦେଖାଇଛନ୍ତି। ଉକ୍ତ ଗ୍ରାମର ଅସହାୟ ଗରିବ ପରିବାର ନରହରି ରାଉଳ ବୟସ ୮୧ ଙ୍କ ରବିବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ବେଳେ ସରପଞ୍ଚ ହିମାଂଶୁ ଖବର ପାଇ ନରହରି ଙ୍କ ଘରେ ପହଞ୍ଚି ଥିଲେ।ଘରେ ବୃଦ୍ଧା ସ୍ତ୍ରୀ ଓ ଜଣେ ଝିଅ ଓ ନାତି ରହିଥିବା ବେଳେ ଶବ ସତ୍କାର ନିମନ୍ତେ ଅକ୍ଷମ ରହିଥିବା ଜଣାପଡିଥିଲା ‌।ଏହା ନେଇ ସରପଞ୍ଚ ହିମାଂଶୁ ସ୍ଥାନୀୟ କେତେକ ଯୁବକ ଓ ଅଞ୍ଚଳବାସୀ ଙ୍କୁ ନେଇ ନରହରି ଙ୍କ ମରଶରୀର କୁ କାନ୍ଦ ଦେବା ସହ ସ୍ଥାନୀୟ ଶଶ୍ମାନରେ ଶବଦାହରେ କରାଇଥିଲେ।
ନରହରି ପରିବାର ସହ ଆଲ୍ଲିପୁର ଛକ ରେ ଏକ ଭଡାଘରେ ଦୀର୍ଘ ଦିନ ଧରି ରହି ଆସୁଥିଲେ। ପରିବାର ପ୍ରତିପୋଷଣ ନିମନ୍ତେ ନରହରି ପ୍ରତିଦିନ ସକାଳୁ ଫୁଲ ସଂଗ୍ରହ କରି ସ୍ଥାନୀୟ ରାମ ମନ୍ଦିର ଓ ଭୈରବୀ ମନ୍ଦିର ସମ୍ମୁଖରେ ଫୁଲ ନଡିଆ ଓ କଦଳୀ ବିକି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଗତ କିଛି ଦିନ ବୟସାଧିକ କାରଣରୁ ଅସୁସ୍ଥ ହୋଇ ଘରେ ରହି ଚିକିତ୍ସାଧିନ ଥିଲେ। ନରହରି ଙ୍କ ମୃତ୍ୟୁ ପରେ ଝିଅ ଓ ସ୍ତ୍ରୀ ଶବ ସଂସ୍କାର ପାଇଁ ଅସହାୟ ପରିସ୍ଥିତି ରେ ଥିବା ବେଳେ ଝିଅ ଦୀପ୍ତି ସ୍ଥାନୀୟ ସରପଞ୍ଚଙ୍କୁ ଘଟଣା ନେଇ ଜଣାଇଥିଲେ ।ସରପଞ୍ଚ ଓ ସମିତି ସଭ୍ୟ ଭି. ସର୍ବେଶ୍ଵର ରାଓ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନା ରୁ ମୃତକଙ୍କ ପରିବାରକୁ ୨୦୦୦ଟଙ୍କା ସହାୟତା ପ୍ରଦାନ କରିଥିଲେ।ଏହା ସହ ସ୍ଥାନୀୟ ଯୁବକ ମାନଙ୍କ ସହଯୋଗରେ ଅନ୍ତିମ ସଂସ୍କାର କରିଥିଲେ। ସରପଞ୍ଚଙ୍କ ଏହି ଭଳି ମାନବିକତା କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories