ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଡୁରା କଳିଙ୍ଗ ବିହାରରୁ ଏକ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଟଙ୍କା ଓ ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ଡୁରା କଳିଙ୍ଗ ବିହାରରେ ରହୁଥିବା
ଅଶୋକ କୁମାର ଦଳବେହେରା ଗତ ଶନିବାର ଦିନ ଭୀଷ୍ମଗିରୀ ଚାଲି ଯାଇଥିଲେ। ସୋମବାର ତାଙ୍କ ପଡ଼ିଶା ଘର ଘରର ତାଲା ଭଙ୍ଗା ଯାଇଥିବା ଖବର ଦେଇଥିଲେ। ଅଶୋକ ଘରେ ପହଞ୍ଚି ଦେଖିବା ବେଳକୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଗୋଟିଏ ଗ୍ୟାସ ସିଲିଣ୍ଡର, ନଗଦ ୧୫ ହଜାର ଟଙ୍କା, ସୁନାର ମଙ୍ଗଳସୂତ୍ର,କାନ ଫୁଲ ଓ ପତ୍ରୀ ହାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୩୩୮/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ସାଇଟିଫିକ ଟିମ ପହଞ୍ଚି ତଦନ୍ତ କରିଥିବା ପୁଲିସ କହିଛି।
ଜିଏସଟି ପ୍ରଭାବ ; ୨୩,୦୦୦ ପର୍ଯ୍ୟନ୍ତ ଶସ୍ତା ହେଲା ଏହି ଲୋକପ୍ରିୟ ବାଇକ୍



