www.samajalive.in
Saturday, December 6, 2025
15.1 C
Bhubaneswar

ଆରମ୍ଭ ହେଲା ୪ ଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ

ଗୋପାଳପୁର: ବହୁ ବାଦବିବାଦ ପରେ ଆଜିଠାରୁ ୪ ଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ ଆରମ୍ଭ ହୋଇଛି । ମହୋତ୍ସବରେ ମେଗା କାର୍ଯ୍ୟକ୍ରମର ପ୍ରଥମ ଦିନରେ ସନମ ବ୍ୟାଣ୍ଡ,୨୬ ତାରିଖରେ ଓଡ଼ିଆ ଗାୟକ ସୟମ ପାଢ଼ୀ, ଦୀପ୍ତି ରେଖା ପାଢ଼ୀ ,ସଚେତ ପରମ୍ପରା,୨୭ ତାରିଖରେ ଗାୟିକା ଶିଳ୍ପୀ ରାଓ ପ୍ରମୁଖ ସାମିଲ ହେବେ । ମହୋତ୍ସବରେ ପଲ୍ଲିଶ୍ରୀ ମେଳା, ମୀନାବଜାର, ଫୁଡ କୋର୍ଟ, ରାମଦୋଳି ଆଦିର ମଜା ନେଇପାରିବେ ଲୋକେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସ୍ଥାନୀୟ କଳାକାରଙ୍କ ନୃତ୍ୟ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ, ପଶୁମୁଖା ନୃତ୍ୟ ଆଦି ହେବ । ବ୍ୟବସାୟୀମାନଙ୍କ ନିମନ୍ତେ ୩୦୦ ଷ୍ଟଲର ବ୍ୟବସ୍ଥା କରାଯାଇଛି। ମହୋତ୍ସବକୁ ନଜରରେ ରଖିବା ସହ ଭିଡ ଉପରେ ଟିକି ନିଖି ଖବର ରଖିବା ପାଇଁ ପ୍ରଶାସନ ପକ୍ଷରୁ ୨୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଭିଡ଼କୁ ନଜରରେ ରଖି ୧୦ ପ୍ଲାଟୁନ ଫୋର୍ସ ସହ ବହୁ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories