www.samajalive.in
Sunday, December 14, 2025
19.1 C
Bhubaneswar

ବିଜୁ ଶ୍ରମିକ ସାମୁଖ୍ୟରେ ଶ୍ରମିକ ମତ୍ସ୍ୟଜୀବୀ ମହିଳାଙ୍କ ଯୋଗଦାନ ପର୍ବ

ଗୋପାଳପୁର: ଗୋପାଳପୁର ସ୍ଥିତ କେରି ସେଣ୍ଟର ପରିସରରେ ଗୋପାଳପୁର ଏନଏସିର ପୂର୍ବତନ ଅଧକ୍ଷ ତଥା ନଗର ସଭାପତି ଏ.ଜାନକୀ ରାମଙ୍କ ଅଧ୍ୟକ୍ଷତାରେ ବିଜୁ ଶ୍ରମିକ ସାମୁଖ୍ୟରେ ଶ୍ରମିକ ମତ୍ସ୍ୟଜୀବୀ ମହିଳାଙ୍କ ଯୋଗଦାନ ପର୍ବ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ.ଗୋପବନ୍ଧୁ ଦାସ, ସମ୍ମାନୀତ ଅତିଥି ଭାବେ ଶ୍ରମିକ ବୋର୍ଡର ଅଧକ୍ଷ ତଥା ଜିଲ୍ଲା ସଭାପତି ଡଃ.ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ରାଜ୍ୟ ବିଜେଡି ସମ୍ପାଦିକା ଏମ୍. ସୁଜାତା ପାତ୍ର, ଜିଲ୍ଲା ଉପସଭାପତି ସି ଏଚ୍ଚ ଡିଲେଶ୍ୱର ରେଡ଼ି, ପର୍ଯ୍ୟବେକ୍ଷକ ସି ଏଚ୍ ଭରତଡୁ ପ୍ରମୁଖ ମଞ୍ଚାସିନ ଥିଲେ।

ଏହି ଅବସରରେ ବିଜୁ ଶ୍ରମିକ ସଂଘଟନକୁ ଦୃଢ଼ କରିବା ସହ ଆଗାମୀ ଦିନରେ କିଭଳି ଶ୍ରମ କାର୍ଡ କରି ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ପାଇବେ ସେ ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଭାସିରେ ଯୋଗ ଦେଇ ଉପସ୍ଥିତ ଥିବା ମତ୍ସ୍ୟଜୀବୀ ମହିଳା ଶ୍ରମଜୀବୀଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟ ସରକାରଙ୍କ ଯୋଜନା ଉପରେ ଆଲୋକପାତ କରିଥିଲେ। ଏନେଇ ନଗର ସଭାପତି କହିଥିଲେ ଯେ ଲେବର କାର୍ଡ ଓ ସ୍ଵାସ୍ଥ୍ୟ କାର୍ଡ ପାଇଁ ପୂର୍ବରୁ ଦୃଷ୍ଟି ଆକର୍ଷଣ କରିଥିଲେ କିଭଳି ଏହାର ସୁବିଧା ପାଇବେ ଚେଷ୍ଟା କରିବେ ବୋଲି କହିଛନ୍ତି। ଏଥିରେ ପୂର୍ବତନ ଉପାଧ୍ୟକ୍ଷ ଇ.ଲୋକନାଥ, ପୂର୍ବତନ କାଉନସିଲର ଜି.ମୋହନ ରାଓ ,ସି ଏଚ ଲଚମନ ରାଓ, ବି.କ୍ରିଷ୍ଣା, ବି.ଗୋପାଳ କ୍ରିଷ୍ଣା, ଗୋଲାମ ଘୋଷ ଇଲୁ, ସଞ୍ଜୟ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ଶତାଧିକ ବିଜେଡ଼ି ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories