www.samajalive.in
Saturday, December 6, 2025
16.1 C
Bhubaneswar

ଅପହୃତ ନାବାଳିକା ଉଦ୍ଧାର, ଅପହରଣକାରୀ ଯୁବକ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅଞ୍ଚଳରୁ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ନାବାଳିକା ନିଖୋଜ ନେଇ ଅଭିଯୋଗ ପରେ ପୁଲିସ ପକ୍ଷରୁ ନାବାଳିକାକୁ ଉଦ୍ଧାର କରିବା ସହ ଅପହରଣ କରିଥିବା ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ସୁରଳ ଗ୍ରାମର ଚିତ୍ରସେନ ବେହେରା ବୋଲି ପୁଲିସ ସୂଚନା ଦେଇଛି। ଗତ ୩ ତାରିଖରେ ପଡ଼ୋଶୀ ଗାଁରେ ରହୁଥିବା ଜଣେ ୧୪ ବର୍ଷିଆ ତଥା ନବମ ଶ୍ରେଣୀ ପଢୁଥିବା ଝିଅକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା ଚିତ୍ରସେନ। ଘଟଣା ନେଇ ନାବାଳିକାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ ହୋଇଥିଲା। ଶନିବାର ନାବାଳିକା ଜଣକ ଘରକୁ ଫେରିଥିବା ଖବରପାଇ ପୁଲିସ ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲା। ରବିବାର ଅଭିଯୁକ୍ତ ଚିତ୍ରସେନ ସୁବାଣୀଠାରେ ନିଜ‌ ଘରେ ଥିବା ଖବର ପାଇ ପୁଲିସ ପହଞ୍ଚି ତାକୁ ଗିରଫ କରିଥିଲା। ଉଭୟଙ୍କୁ ଡାକ୍ତରୀମାଇନା କରାଯିବା ସହ ବୟାନ ରେକର୍ଡ କରାଯାଇଥିଲା। ପୁଲିସ ପକ୍ଷରୁ ୫୯/୨୫ ରେ ଏକ ମାମଲା ଦାୟର କରିବା ସହ ଚିତ୍ରସେନକୁ କୋର୍ଟ ଚାଲାଣ କରାଯାଇଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories