www.samajalive.in
Sunday, December 14, 2025
26.1 C
Bhubaneswar

ନାଳରୁ ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଗୋପାଳପୁର : ଗୋଳନ୍ଥରା ଥାନା ଅର୍ନ୍ତଗତ ପାଟପୁର ଗାଁର ଗତ ୧୪ ତାରିଖରୁ ନିଖୋଜ ରହିଥିବା ଶାନ୍ତନୁ ନାୟକଙ୍କ ଆଜି ସକାଳେ ୧୬ ନଂ ଜାତୀୟ ରାଜପଥ ହଳଦିଆ ପଦର ସନ୍ନିକଟ ଏକ ନାଳ ପରିସରରୁ ମୋଟର ସାଇକେଲ ସହ ମୃତଦେହକୁ ପୁଲିସ ଜବତ କରିଛି। ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଶାନ୍ତନୁଙ୍କ ମୃତଦେହକୁ ଚିହ୍ନଟ କରିବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବାକୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି।
ଗତ ୧୪ ତାରିଖ ସନ୍ଧ୍ୟାରେ ଶାନ୍ତନୁ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲେ। ପରିବାର ପକ୍ଷରୁ ବହୁ ଖୋଜା ଖୋଜି ପରେ ମଧ୍ୟ ଶାନ୍ତନୁଙ୍କ କୈାଣସି ଖୋଜଖବର ମିଳି ପାରିନଥିଲା। ଶେଷରେ ପରିବାର ପକ୍ଷରୁ ୧୬ ତାରିଖ ଅପରାହ୍ନରେ ଗୋଳନ୍ଥରା ଥାନାରେ ଶାନ୍ତନୁ ନିଖୋଜ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଜାତୀୟ ରାଜପଥ କଡ ନାଳରେ ଭାସୁଥିବା ଦେଖି ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ମୃତଦେହକୁ ନାଳରୁ ବାହାର କରି, ଶାନ୍ତନୁଙ୍କ ପରିବାରକୁ ଅବଗତ କରାଇଥିଲେ।  ମାମଲା ରୁଜୁ କରି ଶାନ୍ତନୁଙ୍କ ମୃତ୍ୟୁ କିପରି ହେଲା, ପୁଲିସ ତଦନ୍ତ ଜାରି ରଖିଛି।

ଜିଓର ଖାସ୍‌ ରିଚାର୍ଜ ପ୍ଲାନ୍‌ ; ମାଗଣାରେ ଦେଖିପାରିବେ ‘ପାତାଲ ଲୋକ ୨’, ମିଳିବ ଏସବୁ ସୁବିଧା..

- Advertisement -

 

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories