www.samajalive.in
Saturday, December 6, 2025
26.1 C
Bhubaneswar

ମାନବିକତା ଦେଖାଇଲେ ପରିବହନ ମନ୍ତ୍ରୀ, ଦୁର୍ଘଟଣାରେ ଆହାତ ମହିଳାଙ୍କୁ ପଠାଇଲେ ଡାକ୍ତରଖାନା

ଗୋପାଳପୁର: ଅଟୋ ଦୁର୍ଘଟଣା ରେ ଜଣେ ମହିଳା ଆହାତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ମହିଳାଙ୍କୁ ଡାକ୍ତରଖାନା ପଠାଇ ମାନବିକତାର ପରିଚୟ ଦେଇଛନ୍ତି।ଆଜି ଦିନ ୧୧ ଟା ବେଳେ ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ କନିଷି ହାଟ ଛକ ଠାରେ ରାସ୍ତା ପାର ହେଉଥିବା ତଥା କନିଷି  ହାଟରେ ନଡ଼ିଆ କଦଳୀ ବିକ୍ରରି କରୁଥିବା ଚିକିଟି ଲକ୍ଷ୍ମୀ ଆମ୍ମା କୁ ଏକ ଦୃତଗାମୀ ଅଟୋ ଧକ୍କା ଦେଈ ଘଟଣା ସ୍ଥଳରୁ ଫେରାଇ ହୋଇଯାଇଥିଲା।
ଫଳରେ ଲକ୍ଷ୍ମୀ ଙ୍କ ଅଣ୍ଟା ଓ ମୁଣ୍ଡରେ ଆଘାତ ଲାଗିଥିଲା। ସେଠାରେ ଥିବା ଲୋକମାନେ ଆହାତ ଲକ୍ଷ୍ମୀ କୁ ରାସ୍ତା ଉପରୁ ଉଠାଇ ରାସ୍ତା କଡ଼ରେ ରଖି ଦେଇଥିଲେ।ଏହି ସମୟରେ ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ରଙ୍ଗେଇ ଲୁଣ୍ଡା ଠାରେ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିରରେ ଯୋଗଦାନ ନିମନ୍ତେ ସେହି ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତା କଡ଼ରେ ଗହଳି ଦେଖି ଅଟକି ଥିଲେ। ଏହି ସମୟ ରେ ମହିଳା ଜଣକର ମୁଣ୍ଡ ରୁ ରକ୍ତସ୍ରାବ ହେଉଥିବା ସହ ଅଣ୍ଟା ଭାଙ୍ଗି ଯାଇଥିବା ଜାଣି ତୁରନ୍ତ ଏକ ଅଟୋ ଯୋଗେ ବିଜେପିର କେତକ କର୍ମୀ ଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଚିକିତ୍ସା ନିମନ୍ତେ ପଠାଇ ଥିଲେ।ଏହା ସହ ମେଡିକାଲ ସୁପରିଟେଣ୍ଡଟଙ୍କ ଆହାତ ଲକ୍ଷ୍ମୀଙ୍କ ଚିକିତ୍ସା କରିବାକୁ ଫୋନ ଯୋଗେ କହିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories