ଗୋପାଳପୁର: ଗୋପାଳପୁର ସମୁଦ୍ରରୁ ବୁଡ଼ି ଯାଉଥିବା ବେଳେ ଉଦ୍ଧାର ହୋଇ ଚିକିତ୍ସାଧିନ ଥିବା ଯୁବକଙ୍କ ଆଜି ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ବ୍ରହ୍ମପୁର ହିଲପାଟଣା ପଣ୍ଡା କଲୋନୀ ରାକେଶ ସାହୁ (୧୭)। ସୂଚନା ପ୍ରକାରେ ଗତ ୧୭ ତାରିଖରେ କିଛି ସାଙ୍ଗମାନଙ୍କ ସହ ଗୋପାଳପୁର ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବା ବେଳେ ଅସାବାଧନତା ଯୋଗୁଁ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡ଼ିକାଲ ଚିକିିତ୍ସା ନିମନ୍ତେ ପଠାଇଥିଲେ। ସେ ସେଠାରେ ଚିକିତ୍ସାଧୀନ ଅବସ୍ଥାନରେ ରହିଥିବା ବେଳେ ଗତକାଲି ସନ୍ଧ୍ୟା ସାଢ଼େ ୫ଟା ସମୟରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।
ଏନେଇ ବାପା ଆନନ୍ଦ ସାହୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୪/୨୪ ଅପମୃତ ମାମଲା ରୁଜୁ କରି ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୁଲିସ କହିଛି। ମୃତ ଯୁବକ ଜଣକ ହେଲେ ବ୍ରହ୍ମପୁର ଆଇଟିଆଇ ପ୍ରଥମବର୍ଷ ଛାତ୍ର ବୋଲି ଜଣାପଡିଛି।
Comments are closed.