www.samajalive.in
Monday, December 8, 2025
24.1 C
Bhubaneswar

ଆର୍ମୀ ଏଡ଼ି କଲେଜ ପରିସରରୁ ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତ ଦେହ ଉଦ୍ଧାର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ଆର୍ମୀ ଏଡ଼ି କଲେଜ ପରିସରରେ ଥିବା ତିନି ମହଲା କୋଠାରୁ ଝୁଲନ୍ତା ଅବସ୍ଥାରେ ଜଣେ ଯବାନଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ଯବାନ ଜଣଙ୍କ ହେଲେ ଶଙ୍କର କୁମାର ମଣ୍ଡଳ ବୟସ ୩୪ ଓ ଘର ପଶ୍ଚିମବଙ୍ଗ ନଦିିଆ ଜିଲ୍ଲାର ଚନ୍ଦ୍ରଘାଟ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ର ସୂଚନା ପ୍ରକାରେ ଯବାନ ଶଙ୍କର ଲାଦାଖରେ ଗନ ମେନ ଭାବେ କାର୍ଯ୍ୟରତ ଥିବା ବେଳେ ଗତ କିିିିଛି ମାସ ହେଲା ଗୋଳାବନ୍ଧ ଆର୍ମି ଏଡି କଲେଜ ରେ ଟ୍ରେନିଂଙ୍ଗ ପାଇଁ ଆସିଥିବା ଅନ୍ୟ ଏକ ମହିିଳା ଅଧିିିକାରି ଙ୍କ ସହ ଆସି ରହୁଥିଲେ। ଗୁରୁବାର ରାତିରେ ସାଙ୍ଗ ମାନଙ୍କ ସହ କଥାବାର୍ତା ହୋଇ ନିଜ ରୁମକୁ ଯାଇଥିଲେ। କିନ୍ତୁ କୌଣସି କାରଣକୁ ନେଇ ମଧ୍ୟ ରାତ୍ର ସମୟରେ ଦ୍ୱିତୀୟ ମହଲାର ବାରଣ୍ଡାରେ ଥିବା ପିଲରରେ ଏକ ପ୍ଲାଷ୍ଟିକ ଦୌଡ଼ି ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା।

ଏହା ଜଣା ପଡିବା ପରେ ଟ୍ରେନିଂ ସେଣ୍ଟର ର ଲେଫ୍ଟନ କର୍ଣ୍ଣଲ ସୁନୀଲ ଶର୍ମା ଘଟଣା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ଶୁକ୍ରବାର ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଇଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ତାଙ୍କ ଜ୍ବାଇଁ ତଥା ଗୋଳାବନ୍ଧ ଆର୍ମି ଏଡି କଲେଜରେ ଯବାନ ଭାବେ କାର୍ଯ୍ୟ ରତ ଥିବା ଶୁଭଙ୍କର ମଣ୍ଡଳ ଙ୍କୁୁ ହସ୍ତାନ୍ତର କରା ଯାଇଥିବା ଗୋପାଳପୁର ପୁଲିସ ପକ୍ଷରୁ ସୁଚନା ଦିଆଯାଇଛି। ପୁଲିସ ପକ୍ଷରୁ ଘଟଣା ନେଇ ୧୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ଦିଆଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories