www.samajalive.in
Wednesday, December 10, 2025
14.1 C
Bhubaneswar

ବିପୁଳ ପରିମାଣରେ ବାଣ ଜବତ, ୨ ଅଟକ

ଗୋପାଳପୁର: ଗୋଳନ୍ଥରା ଥାନା ପୁଲିସ ଏହି ଥାନା ଅନ୍ତର୍ଗତ ଆର. ସୁବାଣୀ ଗାଁରେ ଏକ ଘର ମଧ୍ୟରେ ବେଆଇନ ଭାବରେ ଗଛିତ ଥିଵା ସାଢେ ଚାରି ଲକ୍ଷ ବାଣ ଜବତ କରିଥିବା ସୂଚନା ମିଳିଛି। ବାଣ ରଖିଥିବା ଅଭିଯୋଗରେ ୨ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚାରା ଉଚରା କରୁଛି। ଗତକାଲି ଅପରାହ୍ନ ୪ଟା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଏକ ପୋଲିସ ଟିମ ସହ ଆର. ସୁବାଣୀ ଛକ ଠାରୁ କିଛି ଦୂରରେ ଏକ ଘରେ ଚଢ଼ାଉ କରିଥିଲେ। ସେଠାରୁ ବିପୁଳ ପରିମାଣରେ ବାଣ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ସାଢେ ୪ ଲକ୍ଷ ହେବ ବୋଲି ଜଣାପଡିଛି। ଏ ନେଇ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ କରିବା ସହ ବେଆଇନ ଭାବେ ବାଣ ବିକ୍ରି ପାଇଁ ରଖିଥିବା ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ଜବତ ହୋଇଥିବା ବାଣ ଗୁଡିକୁ ଏକ ଟ୍ରାକ୍ଟରରେ ବୋହି ଥାନାକୁ ଅଣା ଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories