www.samajalive.in
Tuesday, December 9, 2025
15.1 C
Bhubaneswar

ତୁରେକେଲା କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି: ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୂଲ୍ୟରେ ତୂରେକେଲା କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ବଗବାହାଲ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତୁରେକେଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଜଳନ୍ଧର ମହାକୁଡ ମୁଖ୍ୟ ଅତିଥି, ସମିତି ସଭ୍ୟ ପ୍ରମୋଦ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ତାପରେ କ୍ଳଷ୍ଟରର ବାରଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ବିଭାଗ ଯଥା ନୃତ୍ୟ, ଗୀତ, ଚିତ୍ରାଙ୍କନ, ବକ୍ତୃତାରେ ଅଂଶଗ୍ରହଣ କରିଥିଲେ। ଯେଉଁମାନେ କୃତକାର୍ଯ୍ୟ ହୋଇଥିଲେ ସେମାନଙ୍କୁ ପ୍ରମାଣପତ୍ର ଦେବା ସହିତ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସିଆରସିସି ଧନସିଂ ମାଝୀ, ପ୍ରେମରାଜ ପାଣିଗ୍ରାହୀ, ଶିକ୍ଷୟିତ୍ରୀ କୁନି ମହାରଣା, ଲଳିତ ବାରିକ, ଅଜିତ ବାରିକ, ଶୁଭଦୀପ୍ତା ଦାଶ, ଟିକେଶ୍ୱରୀ ସେଠ, ସୁଦୀପ୍ତା ଜେନା, ମାନସ ରଂଜନ ଜାଲ, ପୁର୍ଣ୍ଣଚନ୍ଦ୍ର ପନିକା, ପ୍ରଫୁଲ୍ଲ ମାଝୀ, ପିତାମ୍ବର ଲୁହା, ଡମ୍ବରୁ ମେହେର, ଦେବ ବଗର୍ତ୍ତୀ, ଜାନକୀରାମ ସାମବେଦମ,ସୁଭଦ୍ରା ମେହେର, ସୁନିଲ ସଲଟର, ଦୀବାନୀ ରଣା, ନରେଶ ତାଣ୍ଡି, ବିଜୁଦାସ ମହାନନ୍ଦ, ସମୁଦ୍ର ରଣା ଆଦି ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories