www.samajalive.in
Saturday, December 6, 2025
26.1 C
Bhubaneswar

୫୨ତମ ଆନ୍ତଃ ମହାବିଦ୍ୟାଳୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଥିବା କ୍ରୀଡ଼ା ପରିଷଦ ହଲ ପରିସରରେ ୫୨ ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଓ ମହିଳା ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଆୟୋଜିତ ଉତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ପରିଷଦର ସମ୍ପାଦକ ପ୍ରଫେସର ଗଣେଶ ସେଠୀ, ରାଜେଶ କୁମାର ମହାନ୍ତି, ରବି ଚରଣ ମିଶ୍ର, ଜିବି ସଭ୍ୟା ରିତାରାଣୀ ମିଶ୍ର, ଏସ କ୍ରିଷ୍ଣା ରେଡ଼ି, ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତିଯୋଗିତାର ୧ମ ପୁରୁଷ ବର୍ଗ ମ୍ୟାଚରେ ବ୍ରହ୍ମପୁର ସିଟି କଲେଜ ସହ ଦିଗପହଣ୍ଡି ଖେମୁଣ୍ଡି କଲେଜ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ୩/୨ସେଟରେ ସିଟି କଲେଜ ଜିତିଥିବା ବେଳେ ୨ୟ ମ୍ୟାଚ ଖଲ୍ଲିକୋଟ ଆର ସି ଏମ ସାଇନ୍ସ କଲେଜ ସହ ଗୋପାଳପୁର କଲେଜ ମଧ୍ୟରେ ହୋଇଥିଲା। ଏଥିରେ ୩/୨ସେଟରେ ଆର ସି ଏମ ସାଇନ୍ସ କଲେଜ ଜିତିଥିଲା। ସେହିପରି ମହିଳା ବର୍ଗରେ ବ୍ରହ୍ମପୁର ମହାମୟୀ ମହିଳା ମହାବିଦ୍ୟାଳୟ ସହ ଚିକିଟି ମହିଳା ମହାବିଦ୍ୟାଳୟ ମଧ୍ୟରେ ମ୍ୟାଚ ରେ ୨/୦ସେଟରେ ମହିଳା ବ୍ରହ୍ମପୁର ମହାମୟୀ ମହିଳା ମହାବିଦ୍ୟାଳୟ ଜିତିଥିଲା। ଏହି ପ୍ରତିଯୋଗିତାରେ ୨୪ଟି କଲେଜର ପୁରୁଷ ବର୍ଗର ୭୦ ଜଣ ପ୍ରତିଯୋଗୀ ଏବଂ ମହିଳା ବର୍ଗରେ ୩୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ୧୯ ତାରିଖ ପଯ୍ୟନ୍ତ ଚାଲିବ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories