www.samajalive.in
Saturday, December 6, 2025
26.1 C
Bhubaneswar

ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଲକ୍ ର ୧୭ ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ନବରଙ୍ଗପୁର ମହାବିଦ୍ୟାଳୟ ଖେଳ ପଡିଆରେ ଗତ ୧୧ ତାରିଖରୁ ୧୭ ଯାଏଁ ଚାଲିଥିବା ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେ୍ଟ ଉଦଯାପିତ ହୋଇଛି। ଜିଲ୍ଲାର ଦଶ ଗୋଟି ବ୍ଲକର ଉଚ୍ଚ ବିଦ୍ୟାଳୟରୁ ବାଳକ, ବାଳିକା ବିଭାଗରୁ ବଛା ଯାଇଥିବା ଯୋଗ୍ୟ ଫୁଟବଲ୍ ଖେଳାଳି ଏଥିରେ ଭାଗ ନେଇ ଶୃଙ୍ଖଳିତ ଭାବେ ସଫଳତାର ସହିତ ଆକର୍ଷଣୀୟ ଫୁଟବଲ୍ ଖେଳ ପ୍ରଦର୍ଶନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଶାରୀରିକ ଓ ମାନସିକ ବିକାଶରେ ଶିକ୍ଷା ସହିତ କ୍ରୀଡାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ବାଳିକା ବିଭାଗରୁ ଚମ୍ପିୟାନ ଭାବେ ପାପଡାହାଣ୍ଡି, ବାଳକ ବିଭାଗରୁ ଚମ୍ପିୟାନ ଭାବେ ଉମରକୋଟ ମୁଖ୍ୟ ଅତିଥି ଜିଲ୍ଲାପାଳ ଡକ୍ଟର ମିଶ୍ରଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲା ବେଳେ ଶ୍ରେଷ୍ଠ ଗୋଲ କିପର ଭାବରେ ନବରଙ୍ଗପୁର ବ୍ଲକର ଗୁଡୁଲି ଦୋରା, ବାଳିକା ବିଭାଗରୁ ପ୍ଲେଆର୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବରେ ପାପାଡ଼ାହାଣ୍ଡି ବ୍ଲକର ଜୁଲାମେ ସାନ୍ତା ଓ ବାଳକ ବିଭାଗରୁ ଶ୍ରେଷ୍ଠ ଗୋଲ କିପର ଭାବରେ ଝରିଗାଁ ବ୍ଲକର ସନ୍ତୋଷ ଶାନ୍ତା, ପ୍ଲେଆର୍ ଅଫ୍ ଦି ଟୁର୍ଣ୍ଣାମଣ୍ଟ ଭାବରେ ଉମରକୋଟ ବ୍ଲକର ପିଣ୍ଟୁ ସାନ୍ତାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସମସ୍ତ ୫ଟି ସ୍କୁଲକୁ ଫୁଟବଲ୍ ପ୍ରଦାନ କରାଯାଇଥିଲା।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories