ଗୋପାଳପୁର: ଆଜି ଆମ୍ବପୁଆ ଠାରେ ପୁଲିସ ବିଭାଗ ପକ୍ଷରୁ ପାଳିତ ହୋଇଥିବା ୫୯ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗୋପାଳପୁର ଥାନାରେ କାର୍ୟ୍ୟରତ ଥିବା ଗୃହରକ୍ଷୀ ବି.ଚାଟିବାବୁଙ୍କୁ ଡିଆଇଜି ସତ୍ୟବ୍ରତ ଭୋଇ ମାନପତ୍ର ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଗୃହରକ୍ଷୀ ଚିଟିବାବୁ ଗୋପାଳପୁର ଥାନାରେ ଗତ ୨୦୦୯ ରେ ଗୃହରକ୍ଷୀ ଭାବେ ନିଯୁକ୍ତି ପାଇବା ସହ ବେଳାଭୂମିରେ ଲାଇଫ ଗାର୍ଡ ଭାବେ କାର୍ୟ୍ୟ କରି ଆସୁଥିଲେ।
ଏହା ମଧ୍ୟରେ ବେଳାଭୂମିରେ ନିୟୋଜିତ ରହିଥିବା ଲାଇଫ ଗାର୍ଡଙ୍କ ପକ୍ଷରୁ ୧୫୭ ଜଣଙ୍କୁ ସମୁଦ୍ରରେ ବୁଡି ଯାଉଥିବା ବେଳେ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବା ବେଳେ ସେ ନିଜେ ପ୍ରାୟ ୫୭ ରୁ ୬୦ ଜଣଙ୍କୁ ସମୁଦ୍ରରେ ବୁଡି ଯାଉଥିବା ବେଳେ ଉଦ୍ଧାର କରିଛନ୍ତି। ଏହା ମଧ୍ୟରେ ଅନେକ ଥର ବିଭାଗ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଠାରୁ ସମ୍ବର୍ଦ୍ଧିତ ହେବା ପରେ ନିଜକୁ ଗୈାରବ ମନେ କରୁଥିବା ପ୍ରକାଶ କରିଛନ୍ତି।



