www.samajalive.in
Monday, December 15, 2025
26.1 C
Bhubaneswar

ଶେଷରେ ପ୍ରଶାସନର ମୁଣ୍ଡ ନଇଁଲା; ଗୋପାଳିପଡା ଖଣିରେ ଲାଗିଲା ନାଲି ପତାକା

ବୋଲଗଡ: ବୋଲଗଡ ତହସିଲ ଅନ୍ତର୍ଗତ ଡାବରଧୁଆ ପାଟଣା ଗ୍ରାମପଞ୍ଚାୟତର ଗୋପାଳିପଡା ଗ୍ରାମ ନିକଟରେ ଥିବା ଗୋପାଳିପଡା ଡୁବୁରୀ ଡିପିଏଫ୍‍ ରିଜର୍ଭ ଫରେଷ୍ଟ ଜଙ୍ଗଲରେ କିଛିବର୍ଷ ଧରି ଏକ କଳାମୁଗୁନି ଶୈରାତକୁ ବୋଲଗଡ ତହସିଲ କାର୍ୟ୍ୟାଳୟ ପକ୍ଷରୁ ଚୂଡା ଗ୍ରାମର ଜନୈକ ଯୁବକଙ୍କୁ ୫ବର୍ଷୀଆ ନିଲାମ ସୂତ୍ରରେ ଦେଇଥିଲେ। ଏହିଖଣି ଗ୍ରାମ ନିକଟରେ ଥିବାରୁ ବ୍ଲାଷ୍ଟିଙ୍ଗ କରାଯାଇ ନିକଟସ୍ଥ ବହୁ ଲୋକଙ୍କ ଘରର କାନ୍ଥ ଫାଟିବା ,ଜମୀରେ ପଥର ଖଣ୍ଡ ଏବଂ ଗୁଣ୍ଡ ପଡି ଧାନ ଓ ମୁଗ ଫସଲ ନଷ୍ଟ ହେବା,ସ୍କୁଲ କଲେଜ ପିଲାମାନେ ଯାତାୟରେ ବ୍ୟାଘାତ ସୃଷ୍ଟି ହେବା ଓ ବିସ୍ପୋରଣ ଧୁଆଁ ଯୋଗୁଁ ପରିବେଷ ପ୍ରଦ୍ୟୁଷିତ ହେବାକୁ ନେଇ ଗ୍ରାମବାସୀମାନେ ୨୦୧୭ ମସିହାରୁ ଆନ୍ଦୋଳନ କରିଆସୁଥିଲେ। ତତ୍‍ କାଳୀନ ବୋଲଗଡ ତହସିଲଦାର ନିହାରିକା ନାୟକ ୮ମାସ ପାଇଁ ଏହି ଖଣିକୁ ଲୋକଙ୍କ ଦାବୀକୁ ସମର୍ଥନ ଜଣାଇ ବନ୍ଦ କରିଥିବାବେଳେ ପରେ କୈାଣସି ଉଦେସ୍ୟ ମୂଳକ ଭାବେ ପୁଣୀ ସେହି ନିଲାମଧାରୀଙ୍କ ୫ବର୍ଷ ପାଇଁ ନିଲାମ ଦେଇଥିଲେ। ଏହାକୁ ନେଇ ଗୋପାଳିପଡା ଗ୍ରାମବାସୀମାନେ ବିଭିନ୍ନ ଦିନରେ ସ୍ଥାନୀୟ ବିଧାୟକ, ଖୋର୍ଦ୍ଧା ଜିଲ୍ଲାପାଳ, ବୋଲଗଡ ତହସିଲଦାର, ରେଞ୍ଜର, ଡିଏଫ୍‍ଓ, ଫରେଷ୍ଟରଙ୍କୁ ବାରମ୍ବାର ଜଣାଇ ବିରୋଧ ଜାରୀ ରଖିଥିଲେ। ଶୁକ୍ରବାର ଦିନ ଗ୍ରାମର ଶତାଧିକ ବ୍ୟକ୍ତି ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଖୋର୍ଦ୍ଧା ବାସଭବନରେ ସାକ୍ଷାତ କରି ଏହି ଖଣିକୁ ବନ୍ଦ କରିବାପାଇଁ ଦୃଢ ଦାବୀ କରିବା ଫଳରରେ ବିଧାୟକ କୁଆାଁରୀ ବନ୍ଦ ଦାବୀ ସମ୍ପର୍କରେ ହସ୍ତକ୍ଷେପ କରି ଜଙ୍ଗଲ ବିଭାଗ, ପୁଲିସ ଓ ତହସିଲ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳସ୍ୱରୁପ ଶୁକ୍ରବାର ଦିନ ପ୍ରର୍ବାହ୍ନରେ ବୋଲଗଡ ଫରେଷ୍ଟର ପ୍ରଦୀପ କୁମାର ପଟ୍ଟନାୟକ, ବୋଲଗଡ ଥାନା ସବଇନିସ୍ପେକ୍ଟର ପବିତ୍ର ମୋହନ ପ୍ରଧାନ, ତହସିଲର ସୁପର ଭାଇଜର କୈଳାସ ବେହେରା ଶୈରାତ(ପଥର କୁଆଁରୀ) ନିକଟକୁଯାଇ ମାପଚୁପ କରି ନିର୍ଦ୍ଧାରିତ ଏରିଆ ସୀମାଠାରୁ ଅଧିକ ରିଜର୍ଭ ଫରେଷ୍ଟକୁ କୁଆଁରୀ ବୃଦ୍ଧିକରିଥିବାର ଜଣାଇଯାଇଥିଲା। ଏହାଫଳରେ ବୋଲଗଡ ତହସିଲଦାର ମୋନାଲିସା ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅପରାହ୍ୱନରେ ଗୋପାଳିପଡାର ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରତେ ଉକ୍ତ ଶୈରାତରେ ୧୪୪ଧାରା ଜାରୀ କରାଯାଇ ଅନିର୍ଦ୍ଦିଷ୍ଟକାଳ ପାଇଁ ନାଲି ପତାକା ପୋତିଥିଲେ। ଏହାକୁ ନେଇ ଗ୍ରାମବାସୀ ତଥା ଗ୍ରାମ କମିଟିସଭାପତି ରାଜକିଶୋର ସାମନ୍ତସିଂହାର, ସମ୍ପାଦକ ଜିତେନ୍ଦ୍ର ଉତ୍ତର କବାଟ, ସଭ୍ୟ ଯୋଗେନ୍ଦ୍ର ଶ୍ରୀଚନ୍ଦନ, ଦୁର୍ଗାଚରଣ ଜଗଦ୍ଦେବ, ଶ୍ରୀନିବାସ ଉତ୍ତର କବାଟ,ୱାର୍ଡସଭ୍ୟ ପ୍ରଭାକର ବଳବନ୍ତରାୟ, ସୁମନ୍ତ ଜୟସିଂହ ପ୍ରମୁଖ ଖୁସିଥିବା ବେଳେ ସବୁଦିନ ପାଇଁ ଏହି ଶୈାରାତକୁ ବନ୍ଦ କରିବାପାଇଁ ଦାବୀ କରିଛନ୍ତି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories