ସୁଆଣ୍ଡୋ : ଭୁବନେଶ୍ବର ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋରେ ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ରଖାଯାଇଛି। ଏହାର ମୂଲ୍ୟ ନାମମାତ୍ର ଦଶଟଙ୍କା ରହିଛି। ଯେଉଁମାନେ ସୁଆଣ୍ଡୋ ପରିଦର୍ଶନରେ ଆସୁଛନ୍ତି ସେମାନେ ଯେପରି ଖାଲି ହାତରେ ଏଠାରୁ ନଫେରନ୍ତି ସେଥିପାଇଁ ଗୋପବନ୍ଧୁଙ୍କ ପୁସ୍ତକ ଖଣ୍ଡିଏ ସାଙ୍ଗରେ ନେବାପାଇଁ ନ୍ୟାସୀ ମଣ୍ଡଳ ପ୍ରୟାସ କରିଛି। ଡ. ଆରତି କର ପୁସ୍ତକଟି ରଚନା କରିଥିବା ବେଳେ ନ୍ୟାସୀ ମଣ୍ଡଳ ଏହାକୁ ପ୍ରକାଶ କରିଛନ୍ତି। ଏହି ଅବସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାଖରେ ଏକ ପଥପ୍ରାନ୍ତ ଆଲୋଚନା ସଭା କରାଯାଇଥିଲା। ଏଥିରେ ନ୍ୟାସୀ ମଣ୍ଡଳର ସଭାପତି ସୀତାବଲ୍ଲଭ ମହାପାତ୍ର ସଂପାଦକ ପର୍ଶୁରାମ ଦ୍ବିବେଦୀ ରମାକାନ୍ତ ମିଶ୍ର ରାମନାରାୟଣ ମିଶ୍ର ଶିକ୍ଷାବିତ୍ ପୁଣ୍ୟ ପ୍ରଦୀପ ମିଶ୍ର କୋଷାଧ୍ୟକ୍ଷ ବିରଜା ପ୍ରସାଦ ଶତପଥୀ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ମିଶ୍ର କଳ୍ପନା ମିଶ୍ର ଓ ଲେଖିକା ଡ. ଆରତି କର ନିଜର ବକ୍ତବ୍ୟ ରଖିଥିଲେ। ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରବୀନ୍ଦ୍ର ନାଥ ଦାଶ, ଅନନ୍ତ ପ୍ରଧାନ, ଲକ୍ଷ୍ମୀକାନ୍ତ ନନ୍ଦ, ରାମଚନ୍ଦ୍ର ଦାଶ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।
Popular Categories



