www.samajalive.in
Saturday, December 6, 2025
26.1 C
Bhubaneswar

ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ବାଦଶ ଘୁଞ୍ଚିଲା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ପରୀକ୍ଷା ଚଳିତବର୍ଷ ହେବ ନାହିଁ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଥର ପରୀକ୍ଷାକୁ ବାତିଲ କରିଛନ୍ତି। ଅନ୍ୟପଟେ ଦ୍ବାଦଶ ପରୀକ୍ଷାକୁ ଏବେ ସ୍ଥଗିତ ରଖି ପରବର୍ତ୍ତୀ ସମୟରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ବିଟ୍‌ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି।

ବୈଠକରେ ହୋଇଥିବା ସୂଚନା ଅନୁସାରେ, ବୋର୍ଡ ଦ୍ବାରା ନିର୍ଦ୍ଧାରିତ ପଦ୍ଧତି ଜରିଆରେ ଦଶମ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକାଶ କରାଯିବ। ଯେଉଁମାନେ ରେଜଲ୍ଟରେ ସନ୍ତୁଷ୍ଟ ନ ହେବେ ପରିସ୍ଥିତି ସ୍ବାଭାବିକ ହେବା ପରେ ପୁଣି ପରୀକ୍ଷା ଦେଇପାରିବେ। ଆସନ୍ତା ଜୁନ ୧ ତାରିଖରେ ପରିସ୍ଥିତି ସମୀକ୍ଷା କରାଯିବ। ପରୀକ୍ଷାର ୧୫ ଦିନ ପୂର୍ବରୁ ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ।

- Advertisement -

ଅନ୍ୟପଟେ ସିବିଏସଇ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ଘୁଞ୍ଚାଇ ଦିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ମେ ୪ ତାରିଖରୁ ଜୁନ ୧୪ ମଧ୍ୟରେ ହେବାକୁ ଥିବା ଦ୍ବାଦଶ ପରୀକ୍ଷା ପରବର୍ତ୍ତୀ ସମୟରେ ହେବ। କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ସ୍କୁଲ ବନ୍ଦ ରହିଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories