www.samajalive.in
Friday, December 12, 2025
23.1 C
Bhubaneswar

ମୟୁରଭଞ୍ଜରେ ଗୋପବନ୍ଧୁଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା

ବେତନଟୀ: ଉତ୍କଳମଣୀ ଗୋପବନ୍ଧୁଥିଲେ କୋଟିକୋଟି ଜନତାଙ୍କ ହୃଦୟର ସ୍ପନ୍ଦନବୋଲି ଶୁକ୍ରବାର ଅପରାହ୍ନରେ ବେତନଟୀ ବଙ୍ଗଳଛକ ଠାରେ ଗୋପବନ୍ଧୁ ଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା ଦେବା ଅବସରରେ ମତ ପ୍ରକାଶ ପାଇଥିଲା। ଗୋପବନ୍ଧୁ ଦାସଙ୍କ ମାନସ ସନ୍ତାନ “ସମାଜ”ର ୧୦୦ବର୍ଷ ପୁର୍ତ୍ତି ଅବସରରେ ଏହି ମହାମାନବଙ୍କ ଜ୍ୟୋତିକୁ ବିଭିନ୍ନସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଉଥିବାବେଳେ ବେତନଟରରେ ମଧ୍ୟ  ସମ୍ବର୍ଦ୍ଧନା ଦିଆଯାଇଥିଲା। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ଡ. ପ୍ରଭାସ ଆଚାର୍ୟ୍ୟଙ୍କ ତତ୍ୱାବଧାନରେ ଗୋପବନ୍ଧୁଙ୍କ ଜ୍ୟୋତି ବେତନଟୀରେ ପହଞ୍ଚିବାପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜ୍ୟୋତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବେତନଟୀ ଏମପିସ ଉଚ୍ଚ ବିଦ୍ୟାଳୟର ଏନସିସି ଗ୍ରୁପ, ବିବେକାନନ୍ଦ ଇଂଲିସ ମିଡିୟମ ସ୍କୁଲ, ବିବେକାନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ, ବେତନଟୀ ମହାବିଦ୍ୟାଳୟର ଏନଏସଏସ ଗ୍ରୁପ, ବରିଷ୍ଠ ନାଗରିକସଂଘ, ସିଭିଲ ସୋସାଇଟି, କବିସଙ୍ଗମ, ମୟୂରସାହିତ୍ୟ ସଂସଦ, ରୋଟାରୀକ୍ଲବ, ମା ସବଳା ବିଶ୍ୱକଲ୍ୟାଣ ସେବା ସମିତିର କର୍ମକର୍ତ୍ତା ଯୋଗଦାନକରିଥିଲେ। ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପିଲାମାନେ ଗୋପବନ୍ଧୁ ବେଶ ହୋଇ ଏକ ଉଦାହରଣ ସୃଷ୍ଟି କରିଥିଲେ।ଗୋପବନ୍ଧୁ ଅମରରହେ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଉଥିଲା। ବିଭିନ୍ନ ବିଦ୍ୟାଳୟର ପିଲାଙ୍କ ଦ୍ୱାରା ବିଭିନ୍ନ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇ ସେମାନଙ୍କ ପାରଦର୍ଶିତା ପ୍ରଦର୍ଶନ କରିବା ସହିତ ଗୋପବନ୍ଧୁଙ୍କ ଜ୍ୟୋତିକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ୟ୍ୟକ୍ରମରେ ସମାଜସେବୀ, ସ୍ୱେଛାସେବୀ ଯୋଗଦାନ କରିଥିଲେ। ଏହି ଭବ୍ୟ କାର୍ୟ୍ୟକ୍ରମରେ ବଡସାହି ବିଧାୟକ ସନାତନ ବିଜୁଳି, ମୋରଡା ବିଧାୟକ ରାଜକିଶୋର ଦାସ, ବଡସାହି ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ପୂର୍ବତନମନ୍ତ୍ରୀ ଗୋଲକ ବିହାରୀ ନାଏକ, ବୃନ୍ଦାବନ ଦାସ, ତହସିଲଦାର ଅନିଶା ଦାସ, ବିକାଶମଞ୍ଚ କର୍ମକର୍ତ୍ତା ଚୁଡାମଣୀ ମହାପାତ୍ର ପ୍ରମୁଖ ଯୋଗଦାନକରି ଗୋପବନ୍ଧୁଙ୍କ ଜ୍ୟୋତିକୁ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧନା ଜଣାଇଥିଲେ। ସମାଜର ବେତନଟୀ ପ୍ରତିନିଧି ଅରୁଣ କୁମାର ଓତା ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିବାବେଳେ ବଡସାହି ପ୍ରତିନିଧି ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଜ୍ୟୋତି ବେତନଟୀ ଛାଡିବାପରେ ଜିଲା ସଦର ମହକୁମା ବାରିପଦାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉଛସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜ୍ୟୋତି ସର୍କିଟ ହାଉସରେ ଥିବାବେଳେ ଶନିବାର ପୂର୍ବାହ୍ନ ୭ଟାରେ ଜଗନ୍ନାଥ ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ପରେ ଶହିଦ ସ୍ମୃତିଭବନରେ ପରବର୍ତ୍ତୀ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବବୋଲି ଜଣାଯାଇଛି।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories