www.samajalive.in
Sunday, December 14, 2025
26.1 C
Bhubaneswar

ମହାରାଷ୍ଟ୍ର-ହରିଆଣା ବିଧାନସଭା ନିର୍ବାଚନ : ଶେଷ ପର୍ଯ୍ୟାୟରେ ପ୍ରଚାର ଅଭିଯାନ

ମୁମ୍ବଇ : ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହେବ ଓ ସୋମବାର ମତଦାନ ଅନୁଷ୍ଠିତ ହେବ। ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଦୁଇ ରାଜ୍ୟରେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ଶେଷ ପର୍ଯ୍ୟାୟରେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ନେତାମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।

ଶୁକ୍ରବାର ହିସାରଠାରେ ଏକ ର‍୍ୟାଲିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଧାରା ୩୭୦ର ଉଚ୍ଛେଦ ଦେଶର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ଯବାନଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଜାମ୍ମୁ କାଶ୍ମୀର ନାଗରିକମାନଙ୍କର ସୁରକ୍ଷା ଦିଗରେ ହରିୟାଣାର ଯବାନଙ୍କ ଅବଦାନକୁ ଶ୍ରୀ ମୋଦୀ ଉଚ୍ଚ ପ୍ରଶଂସା କରିଛନ୍ତି।

- Advertisement -

ସେହିପରି ଗୁହାନାଠାରେ ଏକ ର‍୍ୟାଲିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। ହରିଆଣାରେ କଂଗ୍ରେସର ଖର୍ଚ୍ଚି ଓ ପର୍ଚ୍ଚି ସଂସ୍କୃତିକୁ ମୂଳୋତ୍ପାଟନ କରାଯାଇଛି। ସେ କହିଛନ୍ତି, ବିଜେପି ସରକାର ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେଇଛନ୍ତି ଓ ରାଜ୍ୟରୁ ନିଯୁକ୍ତି କ୍ଷେତ୍ରରେ ପ୍ରିୟାପ୍ରୀତି ତୋଷଣକୁ ବିଲୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଧାରା ୩୭୦ର ଉଚ୍ଛେଦ ସହ ଜାମ୍ମୁ କାଶ୍ମୀରରେ ସମ୍ବିଧାନକୁ ଲାଗୁ କରାଯାଇଛି। ଧାରା ୩୭୦ର ଉଚ୍ଛେଦ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଧାରା ୩୭୦ ହେଉ କିମ୍ବା ସର୍ଜିକାଲ୍‍ ଷ୍ଟ୍ରାଇକ୍‍ ଅଥବା ସ୍ୱଚ୍ଛ ଭାରତ ଅଭିଯାନ ଭଳି ଯେକୌଣସି ପଦକ୍ଷେପ ହେଉ ତାହା ଯଦି ବିଜେପି ସରକାର ନେଉଛନ୍ତି ତାହେଲେ କଂଗ୍ରେସ ଏହାକୁ ବରଦାସ୍ତ କରିପାରୁନାହିଁ।

ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିୟାଣାର ମହେନ୍ଦ୍ରଗଡ଼ଠାରେ ଆୟୋଜିତ ର‍୍ୟାଲିରେ ଉଦବୋଧନ ଦେଇ ଦେଶ​ରେ ଅର୍ଥନୈତିକ ମାନ୍ଦବସ୍ଥା ଓ ବେକାରୀ ସମସ୍ୟା ପାଇଁ ବିଜେପିକୁ ଦାୟୀ କରିଛନ୍ତି । ଜିଏସଟି ଯୋଗୁଁ କ୍ଷୁଦ୍ର ବ୍ୟବସାୟୀମାନଙ୍କ କାରବାର ବନ୍ଦ ହୋଇଯାଇଛି ବୋଲି ଅଭିଯୋଗ କରି ବିଜେପି ଉପରେ ବର୍ଷିଛନ୍ତି।

ତେବେ ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଝାଝରଠାରେ ର‍୍ୟାଲିରେ ଉଦବୋଧନ ଦେଇଛନ୍ତି। ଅନ୍ୟ ନେତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ର‍୍ୟାଲି ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories