www.samajalive.in
Saturday, December 6, 2025
26.1 C
Bhubaneswar

ରାଜଧାନୀକୁ ଟପିଗଲା ମାଲଗାଡି

ନୂଆଦିଲ୍ଲୀ: ଆମ ଦେଶରେ ସାଧାରଣତଃ ବେଗଗାମୀ ଟ୍ରେନ କହିଲେ ଆମେ ରାଜଧାନୀ ଅଥବା ଶତାବ୍ଦୀ ଏକ୍ସପ୍ରେସକୁ ବୁଝିଥାଉ। ମାଲବାହୀ ଟ୍ରେନଗୁଡିକ ମଧ୍ୟମ ବେଗରେ ଗତି କରିବା ସହିତ ଅନେକ ସମୟରେ ଅଧିକାଂଶ ଷ୍ଟେସନରେ ସିଗନାଲ ଅଭାବରୁ ଅଥବା ମଝିରାସ୍ତାରେ ଅଟକି ରହି ଏକ୍ସପ୍ରେସ ଟ୍ରେନଗୁଡିକୁ ବାଟ ଛାଡିଥାନ୍ତି। କିନ୍ତୁ ମଇ ୨୯ ତାରିଖରେ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛି ଏକ ମାଲବାହୀ ଟ୍ରେନ। ସ୍ୱତନ୍ତ୍ର ଭାବରେ ପଣ୍ୟ ପରିବହନ ପାଇଁ ଉତ୍ସର୍ଗୀକୃତ ରେଳ ପଥରେ ଏକ ପଣ୍ୟବାହୀ ଟ୍ରେନ ବେଗରେ ରାଜଧାନ ଏକ୍ସପ୍ରେସକୁ ମଧ୍ୟ ପଛରେ ପକାଇ ଦେଇଥିଲା। ଗୋଟିଏ ମାଲବାହୀ ଟ୍ରେନ ଘଣ୍ଟାପ୍ରତି ୯୯.୩୮ କିଲୋମିଟର ବେଗରେ ଗତି କରିବା ସହିତ ୩୦୦ କିଲୋମିଟର ଦୂରତାକୁ ମାତ୍ର ୩ ଘଣ୍ଟା ୨୦ ମିନିଟରେ ପହଞ୍ଚିଥିଲା।
ଜଣାଯାଇଛି ଯେ ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ପଣ୍ୟ କରିଡର (ଡିଏଫସି)ର ୩୩୧ କିଲୋମିଟର ଦୀର୍ଘ ଖୁର୍ଜା-ନ୍ୟୁ ଭାରପୁର ସେକ୍ସନରେ ମଇ ୨୯ରେ ତିନିଟି ପଣ୍ୟବାହୀ ଟ୍ରେନ ଘଣ୍ଟାପ୍ରତି ୯୯ କିଲୋମିଟରରୁ ଅଧିକ ବେଗରେ ଗତି କରିଥିଲା। ସେଥିମଧ୍ୟରୁ ଦ୍ରୁତତମ ଟ୍ରେନର ଘଣ୍ଟା ପ୍ରତି ବେଗ ୯୯.୩୮ କିଲୋମିଟର ରେକର୍ଡ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏହି କରିଡରକୁ ୨୦୨୦ ଡିସେମ୍ବର ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳ ଚଳାଚଳ ପାଇଁ ଉନ୍ମୁକ୍ତ କରିଥିଲେ।
ଏହି ସେକ୍ସନରେ କେତେକ ଟ୍ରେନ ଘଣ୍ଟା ପ୍ରତି ହାରାହାରି ୯୦ କିଲୋମିଟର ବେଗରେ ଗତି କରୁଥିବା କହିଛନ୍ତି ଜଣେ ରେଳ ବିଭାଗୀୟ ଅଧିକାରୀ। ତେବେ ଗତ ମଇ ୨୯ରେ ଏହା ଘଣ୍ଟାପ୍ରତି ୯୯.୩୮ କିଲୋମିଟର ବେଗ ଛୁଇଁଥିଲା। ଅନ୍ୟପକ୍ଷରେ ପଶ୍ଚିମାଞ୍ଚଳ ଉତ୍ସର୍ଗୀକୃତ ପଣ୍ୟ ପରିବହନ କରିଡରରେ ଟ୍ରେନଗୁଡିକର ବେଗ ଘଣ୍ଟାପ୍ରତି ହାରାହାରି ୮୯.୫୦ କିଲୋମିଟର ରହିଛି। ଏହି ବେଗ ରାଜଧାନୀ, ଶତାବ୍ଦୀ ଅଥବା ମେଲ୍‍ ଏକ୍ସପ୍ରେସ ଟ୍ରେନଗୁଡିକର ବେଗ ସହିତ ତୁଳନୀୟ ବୋଲି ଅଧିକାରୀ ଜଣକ କହିଛନ୍ତି। ସେ କହିଛନ୍ତି ଯେ ଏହି ପଣ୍ୟ କରିଡରରେ ବାଙ୍କଗୁଡିକ ୨.୫ ଡିଗ୍ରୀରୁ ଅଧିକ ରହିନଥିବାରୁ ଟ୍ରେନଗୁଡିକ ଅଧିକ ବେଗରେ ଚଳାଚଳ କରିବା ସମ୍ଭବ ହୋଇପାରୁଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories