www.samajalive.in
Saturday, December 6, 2025
16.1 C
Bhubaneswar

ଅନ୍‌ଲାଇନ୍ ଟିକେଟ୍ ବୁକିଂ କରୁଛନ୍ତି କି, ମିଳିବ ଏସବୁ ସୁବିଧା….

ନୂଆଦିଲ୍ଲୀ: ଯେଉଁମାନେ ଟ୍ରେନ୍ ଟିକେଟ୍ ଅନଲାଇନ୍‌ରେ ବିକ୍ରି କରୁଛନ୍ତି , ସେମାନଙ୍କ ପାଇଁ ଖୁସି ଖବର ରହିଛି। ଆଇଆରସିଟିସି ରେଳଯାତ୍ରୀଙ୍କୁ ବଡ ଅଫର ଦେଉଛି। ବର୍ତ୍ତମାନ୍ ରେଳଯାତ୍ରୀଙ୍କୁ ନିଶ୍ଚିତ ଟିକେଟ୍ ପାଇବା ପରେ ହିଁ ଟଙ୍କା ଦେବାକୁ ପଡିବ । ଏଥିସହ ଟିକେଟ୍ ବାତିଲ୍ କଲେ ତୁରନ୍ତ ଟଙ୍କା ଫେରସ୍ତ ମିଳିପାରିବ। ଆଇଆରସିଟିସିର ୱେସାଇଟ୍ ଏବଂ ଆପ୍‌ରେ ଏକ ସୁବିଧା ରହିଛି। ସେତେବେଳେ ଆପଣଙ୍କ ପଇସା କଟିବ , ଯେତେବେଳେ ଟିକେଟ୍ କନଫର୍ମ ବୁକ୍ ହେବ । ଟ୍ରେନ୍ ଟିକେଟ୍ ବୁକିଂ କରିବାର ଏହି ପ୍ରକ୍ରିୟାକୁ ଅଟୋ ପେ କୁହାଯାଉଛି। ୟୁପିଆଇ, କ୍ରେଡିଟ୍ କାର୍ଡ , ଡେବିଟ୍ କାର୍ଡରେ ପେମେଣ୍ଟ କରିବା ସହଜ ହୋଇଥାଏ। ଅଧିକ ମୂଲ୍ୟର ଇ ଟିକେଟ୍ ବୁକିଂ କରୁଥିବା ଲୋକମାନଙ୍କ ପାଇଁ ଆଇଆରସିଟିସି ଅଟୋ ପେ ବିଶେଷ ଲାଭଦାୟକ । ଏହି ଦେୟ ପ୍ରକ୍ରିୟା ମାଧ୍ୟମରେ ଯଦି ଆପଣଙ୍କର ଟିକେଟ୍ ବୁକ୍ ହୋଇନାହିଁ। ତେବେ ଫେରସ୍ତ ପାଇଁ ଆପଣଙ୍କୁ ୩-୪ ଦିନ ଅପେକ୍ଷା କରିବାକୁ ପଡିବନାହିଁ। ତୁରନ୍ତ ଟଙ୍କା ଫେରସ୍ତ ପାଇହେବ। ଆସନ୍ତୁ ଜାଣିବା ଆଇଆରସିଟିସିରେ କିପରି ଏହାକୁ ବ୍ୟବହାର କରିବା। ପ୍ରଥମେ ଆଇଆସିଟିସିର ୱେବସାଇଟକୁ ଯାଇ ଆପଣଙ୍କ ଭ୍ରମଣ ପରିଦର୍ଶନ ସମ୍ପର୍ଣ୍ଣ ଭାବେ ଦିଅନ୍ତୁ। ଆଇପେ  ନାମକ ଏକ ପେମେଣ୍ଟ ଅପସନ୍ ଆସିବ, ତାକୁ କ୍ଲିକ୍ କରନ୍ତୁ । କ୍ଲିକ୍ କରିବା ପରେ ଏକ ନୂଆ ପେଜ୍ ଖୋଲିବ । ସେଠାରେ ଅଟୋପେ, କ୍ରେଡିଟ୍ କାର୍ଡ , ଡେବିଟ୍ କାର୍ଡ , ନେଟ୍ ବ୍ୟାଙ୍କିଂ ଭଳି କେତେ ଗୁଡିଏ ଅପସନ୍ ଆସିବ। ଯେଉଁଥିରେ ଆପଣ ପେମେଣ୍ଟ କରିବାକୁ ଚାହୁଁଥିବେ ତାକୁ କ୍ଲିକ୍ କରନ୍ତୁ। ଆପଣଙ୍କ ପଇସା ସେତେବେଳେ କଟିବ , ଯେତେବେଳେ ଆପଣଙ୍କ ଟିକେଟ୍ ବୁକିଂ କନଫର୍ମ ହୋଇଯିବ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories