www.samajalive.in
Saturday, December 6, 2025
26.1 C
Bhubaneswar

ଭାରତର ବିଶିଷ୍ଟ ଆଇନଜ୍ଞ ଫଲି ଏସ୍‌. ନରିମନ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତର ପ୍ରଖ୍ୟାତ ଆଇନଜ୍ଞ ତଥା ସୁପ୍ରିମକୋର୍ଟର ଅଭିଜ୍ଞ ବରିଷ୍ଠ ଆଇନଜୀବୀ ଫଲି ଏସ୍‌. ନରିମନ୍‌ଙ୍କ ପରଲୋକ ଘଟିଛି। ୯୫ ବର୍ଷୀୟ ନରିମନ୍‌ ବୁଧବାର ଦିଲ୍ଲୀରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଆଇନଜୀବୀ ଭାବେ ତାଙ୍କର ୭୦ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ଥିଲା।

ନରିମନ୍‌ ‌୧୯୫୦ ମସିହା ନଭେମ୍ବର ମାସରେ ବମ୍ବେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ୧୯୬୧ରେ ତାଙ୍କୁ ବରିଷ୍ଠ ଓକିଲ ମାନ୍ୟତା ମିଳିଥିଲା। ବମ୍ବେ ହାଇକୋର୍ଟ ପରେ ନରିମନ୍‌ ୧୯୭୨ରେ ଭାରତର ସୁପ୍ରିମକୋର୍ଟରେ ଅଭ୍ୟାସ ଆରମ୍ଭ କରିଥିଲେ। ୧୯୭୨ ମସିହା ମେ’ ମାସରେ ସେ ଭାରତର ଅତିରିକ୍ତ ସଲିସିଟର ଜେନେରାଲ୍ ଭାବରେ ନିଯୁକ୍ତ ହୋଇଥିଲେ। ଏହା ବ୍ୟତୀତ ୧୯୯୧ରୁ ୨୦୧୦ ପର୍ଯ୍ୟନ୍ତ ସେ ବାର୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ସଭାପତି ଥିଲେ। ଦେଶର ମର୍ଯ୍ୟାଦାଜନକ ପୁରସ୍କାର ପଦ୍ମଭୂଷଣ ଓ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ ଫଲି ଏସ୍‌. ନରିମନ୍‌।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories