www.samajalive.in
Sunday, December 14, 2025
14.1 C
Bhubaneswar

ଭାରତ ପାଇଁ ସ୍ବର୍ଣ୍ଣିମ ଦିନ : ବ୍ୟାଡମିଣ୍ଟନ, କ୍ରିକେଟ ଓ କବାଡିରେ ସ୍ୱର୍ଣ୍ଣ

ଡେସ୍କ :  ହାଙ୍ଗଝୌ ଏସୀୟ କ୍ରୀଡାରେ ଶନିବାର ଭାରତ ପାଇଁ ସ୍ବର୍ଣ୍ଣିମ ଦିବସ ସାବ୍ୟସ୍ତ ହୋଇଛି । ଭାରତ ୧୦୦ରୁ ଅଧିକ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛି । କବାଡି, ବ୍ୟାଡମିଣ୍ଟନ ଓ  କ୍ରିକେଟରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ମହିଳା କବାଡିରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ୧୦୦ତମ ପଦକ ହାସଲ କରିଥିବା ବେଳେ ପରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ, ପୁରୁଷ କ୍ରିକେଟ ଏବଂ ପୁରୁଷ କବାଡିରେ ସ୍ୱର୍ଣ୍ଣ ପଦକ ଜିତିଛି।

ଶନିବାର ସକାଳେ ମହିଳା କବାଡିରେ ସ୍ୱର୍ଣ୍ଣ ପଦକ ଜିତି  ଭାରତ ୧୦୦ତମ ପଦକ ହାସଲ କରିଥିଲା। ପରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ଭାତ ସ୍ବର୍ଣ୍ଣ ପଦକ ଜିତିଥିଲା। ସାତ୍ତ୍ୱିକ ସାଇରାଜ-ଚିରାଗ ସେଟ୍ଟୀ ଯୋଡ଼ି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ପୁରୁଷ କ୍ରିକେଟରେ ମଧ୍ୟ ଭାରତ ସ୍ୱର୍ଣ୍ଣପଦକ ଜିତିଥିଲା। ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ ବର୍ଷା ଯୋଗୁ ଅଧାରୁ ବାତିଲ ହୋଇଥିଲା । ତେବେ ବର୍ଷା ଯୋଗୁ ମ୍ୟାଚ ବାତିଲ ସତ୍ତ୍ୱେ ଆଫଗାନିସ୍ତାନ ଅପେକ୍ଷା ଭଲ ଅନ୍ତର୍ଜାତୀୟ ମାନ୍ୟତା ପାଇଁ ଭାରତକୁ ସ୍ୱର୍ଣ୍ଣ ପ୍ରଦାନ କରାଯାଇଥିଲା। ପରେ ପୁରୁଷ କବାଡିରେ  ଇରାନ୍‌କୁ ୩୩-୨୯ ପଏଣ୍ଟରେ ହରାଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା।

- Advertisement -

ପରେ ମହିଳା ହକିରେ ଭାରତ, ଜାପାନକୁ ୨-୧ ଗୋଲ୍‌ରେ ହରାଇ ବ୍ରୋଞ୍ଜ ପଦକ ଜିତିଛି। ଏଥି ସହ ଭାରତ ୨୮ ସ୍ୱର୍ଣ୍ଣ, ୩୬ ରୌପ୍ୟ, ୪୧ ବ୍ରୋଞ୍ଜ ପଦକ ସହ ୧୦୫ ପଦକ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories