www.samajalive.in
Saturday, December 6, 2025
16.1 C
Bhubaneswar

କମିଲା ସୁନା, ରୂପା ଦାମ୍ ମଧ୍ୟ ଖସିଲା

ନୂଆଦିଲ୍ଲୀ : ଯଦି ଆପଣ ସୁନା-ରୂପା କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର । ଆଜି ସୁନା-ରୂପା ଦାମ୍ ଖସିଛି । ୨୪ କ୍ୟାରେଟ୍ ସୁନା ଦାମ୍ ୨୪୦ ଟଙ୍କା ଅର୍ଥାତ୍ ୦.୩୭ ପ୍ରତିଶତ ହ୍ରାସ ପାଇ ୬୫,୩୩୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ୍ ସୁନା ଦାମ୍ ୫୯,୮୫୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ଆଜି ରୂପା ମଧ୍ୟ ଶସ୍ତା ହୋଇଯାଇଛି । ରୂପା ଦାମ୍ ୦.୮୩ ପ୍ରତିଶତ ଅର୍ଥାତ୍ ୬୦୦ ଟଙ୍କା ପ୍ରତି କିଲୋ ହ୍ରାସ ପାଇ ୭୨,୧୦୦ ଟଙ୍କା ହୋଇଛି ।

ଏମସିଏକ୍ସରେ ଆଜି ସୁନା ଦାମ୍ ସାମାନ୍ୟ ବୃଦ୍ଧି ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ୬୫,୫୨୦.୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ଖୋଲିଥିଲା । ଏହା ପରେ ଦ୍ବିପ୍ରହର ସାଢେ ୨ଟା ସମୟରେ ଏମସିଏକ୍ସରେ ସୁନା ୨୦ ଟଙ୍କା ଅର୍ଥାତ୍ ୦.୦୩ ପ୍ରତିଶତ ବୃଦ୍ଧି ସହିତ ୬୫,୫୦୧ ଟଙ୍କା ପ୍ରତି ୧୦ ଗ୍ରାମରେ କାରବାର କରୁଛି ।

- Advertisement -

ସେହିଭଳି ଏମସିଏକ୍ସରେ ରୂପା ୭୩,୮୧୦ ଟଙ୍କା ପ୍ରତି କେଜିରେ ଖୋଲିଥିଲା ଏବଂ ଦ୍ବିପ୍ରହର ସାଢେ ୨ଟାରେ ୧୩୧ ଟଙ୍କା(୦.୧୮ ପ୍ରତିଶଥ) ବୃଦ୍ଧି ପାଇ ୭୩୯୮୧ ଟଙ୍କା ପ୍ରତି କେଜି ହୋଇଯାଇଥିଲା ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories