www.samajalive.in
Tuesday, December 9, 2025
26.1 C
Bhubaneswar

ବିମାନରେ ଚାଲାଣ ହେଉଥିଲା ଏହି ସାମଗ୍ରୀ, ଜାଣନ୍ତୁ କ’ଣ ?

ହାଇଦ୍ରାବାଦ : ଏହି ଚିତ୍ରରେ ଦେଖାଯାଉଥିବା ବହଳିଆ ହଳଦିଆ ରଙ୍ଗର ଦ୍ରବ୍ୟକୁ ଦେଖି ଆପଣଙ୍କ ମନରେ ବହୁ ବିଭ୍ରାନ୍ତି ସୃଷ୍ଟି ହେଉଥିବ। ଏହା କ’ଣ ବୋଲି ଜାଣିବାକୁ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ। ତେବେ ଆପଣଙ୍କୁ ଆଉ ଦ୍ୱନ୍ଦ୍ୱରେ ନରଖି ଏହା ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଦେବାକୁ ଯାଉଛୁ।
ଘଟଣାଟି କିଛି ଏପରି, ବିମାନରେ କିଛି ମୂଲ୍ୟବାନ ସମ୍ପଦ ଚାଲାଣ ହେଉଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିବା ପରେ ବିମାନରେ ରେଡ୍ ପଡିଲା । ହାଇଦ୍ରାବାଦ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଖୋଜାଖୋଜି ପରେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏକ ଅଜବ ଦ୍ରବ୍ୟ ମିଳିଲା । ଚକଟା ମାଟି ବା ଚକଟା ଅଟା
ଭଳି ଦେଖାଯାଉଥିବା ଏହି ଦ୍ରବ୍ୟକୁ ପୋଲିସ୍ ସିଜ୍ କରିଛି । ଏହି ଦ୍ରବ୍ୟକୁ କିରୋସିନିରେ ପକାଇବା ପରେ ପୋଲିସ୍ ସେଥିରୁ ଯାହା ପାଇଲା ତାହା ଦେଖି ହତବାକ୍ ହୋଇଗଲା । ପ୍ରକୃତରେ ଏହା କୌଣସି ମାମୁଲି ଦ୍ରବ୍ୟ ନଥିଲା, ଏହା ଥିଲା ମୂଲ୍ୟବାନ ସମ୍ପଦ ସୁନା ।
ବିମାନରେ ଧରା ନ ପଡ଼ିବା ପାଇଁ ଓ ସମସ୍ତଙ୍କ ଆଖିକୁ ଧୋକା ଦେବା ପାଇଁ ମାଫିଆ ମାନେ ସୁନାକୁ ତରଳାଇ ଏଭଳି ଆକାର ଦେଇଥିଲେ । ୧ କିଲୋ ୮୫୦ ଗ୍ରାମର ଏହି ସୁନାପେଷ୍ଟକୁ ଜଣେ ଯାତ୍ରୀ ବିଦେଶ ଚାଲାଣ କରୁଥିଲେ । ତେବେ ଏହା ରାଜସ୍ୱ ଗୁଇନ୍ଦା ବିଭାଗ ନଜରରେ ଧରା ପଡ଼ିଯାଇଥିଲା। ଏହି ପେଷ୍ଟକୁ କଠିନାବସ୍ଥା ଦେବା ପରେ ଏଥିରୁ ୧,୧୨୦.୭୮୦ ଗ୍ରାମ୍ ସୁନା ବାହାରିଲା । ଏହି ସୁନାର ଦାମ୍ ୩୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଉକ୍ତ ଯାତ୍ରୀଙ୍କୁ ପୁଲିସ୍ ଗିରଫ କରିଛି ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories