www.samajalive.in
Saturday, December 6, 2025
16.1 C
Bhubaneswar

କଟକର ଗୋଲ୍ଡମ୍ୟାନ୍ ପିନ୍ଧିଲେ ସାଢେ ତିନି ଲକ୍ଷର ‘ସୁନା ମାସ୍କ’

ସମାଜ ପୋର୍ଟାଲ ଡେସ୍କ :  କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି। ପୁଣି ବଜାରରେ ଅନେକ ପ୍ରକାରର ମାସ୍କ ଉପଲବ୍ଧ। ତେବେ କଟକର ଜଣେ ବ୍ୟବସାୟୀ ୩.୫ ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନା ମାସ୍କ ତିଆରି କରି ପିନ୍ଧୁଛନ୍ତି।

କଟକ କେଶରପୁରର ଏହି ବ୍ୟବସାୟୀ ଆଲୋକ ମହାନ୍ତି ନିଜ ପାଇଁ ୩.୫ ଲକ୍ଷ ଟଙ୍କା ମୂଲ୍ୟର ସୁନାରେ ଏକ ମାସ୍କ ତିଆରି କରିଛନ୍ତି। ସେ କହିଛନ୍ତି ଯେ, ମୁଁ ସୁନାକୁ ବହୁତ ଭଲ ପାଏ, ସେଥିପାଇଁ ଲୋକମାନେ ମୋତେ ‘ଗୋଲ୍ଡମ୍ୟାନ୍’ ବୋଲି ଡାକନ୍ତି ଏବଂ ମୁଁ ଗତ ୪୦ ବର୍ଷ ଧରି ସୁନା ପିନ୍ଧିଛି |

- Advertisement -


ଭାରତରେ ପୁଣେର ଜଣେ ବ୍ୟକ୍ତି ପ୍ରଥମେ ସୁନା ମାସ୍କ ପିନ୍ଧିଥିଲେ। ଆଲୋକ କହିଛନ୍ତି ଯେ ମୁଁ ଶୁଣିଲି ଯେ, ମହାରାଷ୍ଟ୍ରର ଜଣେ ବ୍ୟକ୍ତି ନିଜ ପାଇଁ ଏକ ସୁନା ମାସ୍କ ତିଆରି କରିଛନ୍ତି, ତେଣୁ ମୁଁ ମଧ୍ୟ ନିଜ ପାଇଁ ଏପରି ଏକ ମାସ୍କ ତିଆରି କରିବାକୁ ସ୍ଥିର କଲି।

ସୂଚନାଯୋଗ୍ୟ, ପୂର୍ବରୁ ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପିମ୍ପ୍ରି-ଚିଞ୍ଚୱାଡରେ ରହୁଥିବା ଶଙ୍କର କୁରାଦ ନିଜ ପାଇଁ ୨.୮୯ ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନା ମାସ୍କ ତିଆରି କରି ପିନ୍ଧିଥିଲେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories