ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ସୁନା ଜବତ କରାଯାଇଛି। ଲକ୍ଷାଧିକ ଟଙ୍କାର ଚୋରା ସୁନା ବିସ୍କୁଟ୍ ଓ ଦାମୀ ସିଗାରେଟ୍ ଧରି ସୋମବାର ଜଣେ ମହିଳା ନୂଆଦିଲ୍ଲୀରୁ ଭୁବନେଶ୍ବର ଆସୁଥିବାବେଳେ ବିମାନବନ୍ଦରରେ ସୀମାଶୁଳ୍କ ବିଭାଗର ଅଧିକାରୀଙ୍କ ହାତରେ ଧରାପଡିଥିଲେ। ତାଙ୍କ ନିକଟରୁ ୯୫୯.୯୯୦ ଗ୍ରାମ ଓଜନର ସୁନା ବିସ୍କୁଟ୍ ଜବତ କରାଯାଇଛି। ଜବତ ସୁନାର ମୂଲ୍ୟ ୩୩ ଲକ୍ଷ ୧୬ ହଜାର ୫୭୯ ଟଙ୍କା ହେବ ବୋଲି ସୀମା ଶୁଳ୍କ ସହକାରୀ କମିସନର ବି.ସି.ସିକ୍ଦର ଏକ େପ୍ରସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ସହକାରୀ କମିସନର ଶ୍ରୀ ସିକ୍ଦରଙ୍କ ସୂଚନା ଅନୁସାରେ ବିମାନବନ୍ଦର ସୀମାଶୁଳ୍କ ବିଭାଗର ପ୍ରମୁଖ ଆୟୋଗ ସତ୍ୟେନ୍ଦ୍ର କୁମାର ସିଂହ ଓ ଯୁଗ୍ମ କମିସନର ବିଷ୍ଣୁ ଚରଣ ସାହୁ ଗୁଇନ୍ଦା ସୂଚନାକୁ ଆଧାର କରି ସନ୍ଦିଗ୍ଧ ମହିଳା ଯାତ୍ରୀଙ୍କ ବ୍ୟାଗ୍କୁ ଯାଞ୍ଚ କରିଥିଲେ। ମହାରାଷ୍ଟ୍ର ବାସିନ୍ଦା ଏହି ମହିଳା ଏୟାର ଇଣ୍ଡିଆ ବିମାନରେ ଆସି ଭୁବନେଶ୍ବରରେ ଓହ୍ଲାଇଥିଲେ। ତାଙ୍କ ଉପରେ ସନ୍ଦେହ ହେବାରୁ ସୀମାଶୁକ୍ଳ ବିଭାଗ ଅଧିକାରୀ ବ୍ୟାଗ୍କୁ ଯାଞ୍ଚ କରିଥିଲେ। ସେଥିରୁ ୯ଟି ସୁନା ବିସ୍କୁଟ୍ ମିଳିଥିଲା। ମହିଳା ଯାତ୍ରୀ ଜଣକ ଏକ ଏମର୍ଜେନ୍ସି ଲାଇଟ୍ ଭିତରେ ସୁନା ବିସ୍କୁଟ୍ଗୁଡିକୁ ଲୁଚାଇ ଆଣିଥିଲେ। ଲାଇଟ୍କୁ ଖୋଲି ସେଥିରୁ ସୁନା ଖଣ୍ଡକୁ ବାହାର କରାଯାଇଥିଲା। ସେହିପରି ମହିଳାଙ୍କ ବଡ଼ ବ୍ୟାଗ୍ ଭିତରୁ ୧୨୨ ପ୍ୟାକେଟ୍ ଦାମୀ ସିଗାରେଟ୍ ଥିଲା। ପ୍ରତି ପ୍ୟାକେଟ୍ରେ ୨୦୦ ଖଣ୍ଡ ସିଗାରେଟ୍ ରହିଥିଲା। ୨୪ ହଜାର ୪ଶହ ଖଣ୍ଡ ଦାମୀ ସିଗାରେଟ୍ ଜବତ କରାଯାଇଛି। ସିଗାରେଟ୍ର ମୂଲ୍ୟ ୧ଲକ୍ଷ ୨୨ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଦୁଇଟି ଯାକ ବ୍ୟାଗ୍କୁ ସ୍କାନ କରାଯିବା ବେଳେ ଏସବୁ ଥିବା ଜଣାପଡିଥିଲା।
ବିମାନବନ୍ଦରରୁ ୧ କିଲୋ ସୁନା ବିସ୍କୁଟ ଜବତ
Popular Categories



