୨୪ କ୍ୟାରେଟ୍‌ ସୁନାର ବର୍ଗର

ଲୁଧିଆନାର ନେହରୁ ନଗର ଛକରେ ମନ୍ନୁ ସିଂଙ୍କ ଠେଲା ଲାଗିଛି। ସମସ୍ତେ ତାଙ୍କୁ ସର୍ଦ୍ଦାରଜୀ ନାମରେ ଜାଣନ୍ତି। ଗଲା ସପ୍ତାହରେ ତାଙ୍କ ଠେଲାରେ ପ୍ରଥମ କରି ସୁନା ବର୍ଗର ବିକ୍ରି ଆରମ୍ଭ ହୋଇଛି, ଯାହାକୁ ଖାଇବା ପାଇଁ ଗ୍ରାହକଙ୍କ ଭିଡ଼ ସନ୍ଧ୍ୟାବେଳୁ ଲାଗୁଛି। ସୁନାର ବର୍ଗରରେ ୨୪ କ୍ୟାରେଟ୍‌ ଖାଦ୍ୟପଯୋଗୀ ସୁନା ବ୍ୟବହାର ହେବା ସହ ‘ମୁଛମରୋଡ୍ ସସ୍‌’ ପ୍ରୟୋଗ ହୁଏ। ସର୍ଦ୍ଦାରଙ୍କ ଏହି ସସ୍‌ ଗ୍ରାହକଙ୍କୁ ଖୁବ୍ ପସନ୍ଦ। ସସ୍‌ର ଏଭଳି ନାମକରଣ ପଛର ରହସ୍ୟ ମନ୍ନୁ ସିଂ କହିଛନ୍ତି। ଗ୍ରାହକ ସସ୍ ଲଗାଇ ବର୍ଗର ଖାଇବା ପରେ ନିଶକୁ ମୋଡ଼ି କହନ୍ତି, ବାଃ, ଭାରି ମଜାଦାର ସ୍ବାଦ। ବାରମ୍ବାର ପ୍ରଶଂସା ପାଇବା ପରେ ସର୍ଦ୍ଦାରଜୀ ସସ୍‌ର ନାମ ‘ମୁଛମରୋଡ୍’ ସସ୍‌ ରଖିଥିଲେ। ୧୬ ବର୍ଷ ହେଲାଣି ନେହରୁ ଛକରେ ବିଭିନ୍ନ ପ୍ରକାର ଫାଷ୍ଟଫୁଡ୍ ବିକ୍ରି କରୁଥିବା ସର୍ଦ୍ଦାରଜୀଙ୍କ ବ୍ୟବସାୟ ବେଶ୍ ଭଲ ଚାଲିଛି। 

Comments are closed.