www.samajalive.in
Saturday, December 6, 2025
14.1 C
Bhubaneswar

ଦୁଇ ଛେଳି ଚୋରଙ୍କୁ ଧରି ଉତ୍ତମମଧ୍ୟମ ଦେଇ ପୁଲିସ ଜିମା ଦେଲେ ଗ୍ରାମବାସୀ

ଠାକୁରମୁଣ୍ଡା : ଛେଳି ଚୋରି କରି ନେଉଥିବା ଦୁଇ ଚୋର ସହିତ ଗୋଟିଏ କାର ଗ୍ରାମବାସୀଙ୍କ ଦ୍ୱାରା ଜବତ କରାଯାଇଛି। ଆଜି ଦିନ ଗୋଟାଏ ବେଳେ ଠାକୁରମୁଣ୍ଡା ଥାନା କେନ୍ଦୁଜୁଆଣି ନିକଟ ରୁଗୁଡିସାହିରୁ ଏକ କାର ଯୋଗେ ଦୁଇଟି ଛେଳିକୁ ନେଇ ଦ୍ରୁତ ଗତିରେ ପଳାଇଯାଉଥିବା ବେଳେ ଅସନବଣୀ ଛକ ନିକଟରେ ଏକ ଟ୍ରାକ୍ଟର ଜରିଆରେ ଲୋକେ କାରକୁ ଅଟକାଇବାକୁ ସକ୍ଷମ ହଇଥିଲେ। ତେବେ ଘଟଣା ସ୍ଥଳରୁ ଗାଡି ଛାଡି ଖସି ଯିବାପାଇଁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ଦୁଇ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ଖସି ପଳାଇଥିବା ସୂଚନା।

ତେବେ ଧରିଥିବା ଦୁଇ ଜଣଙ୍କୁ ଗ୍ରାମବାସୀ ଉତ୍ତମମଧ୍ୟମ ଦେବା ସହିତ ଠାକୁରମୁଣ୍ଡା ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏଥିସହିତ ସେମାନେ ବ୍ୟବହାର କରୁଥିବା କାରକୁ ଉତ୍ତ୍ୟକ୍ତ ଲୋକେ ପିଟି ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି। ତେବେ ଠାକୁରମୁଣ୍ଡା ଅଞ୍ଚଳରେ ଗାଈ ଛେଳି ଚୋରି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କୌଣସି ଚୋର ଧରା ପଡି ନ ଥିଲେ। ଫଳରେ ଆଜି ଚୋର ଧରା ପଡିବାପରେ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉତ୍ତମମଧ୍ୟମ ଦେବା ସହିତ କିଛି ସମୟ ପାଇଁ ଘଟଣା ସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ତେବେ ଘଟଣା ସ୍ଥଳକୁ ଠାକୁରମୁଣ୍ଡା ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୂଝା କରିବା ସହିତ ଦୁଇ ଚୋରକୁ ଥାନାକୁ ଆଣି ଅଧିକ ତଦନ୍ତ କରୁଛି। ଦୁଇ ଚୋର ବାଦମପାହାଡ ଥାନା ଦେଉଗାଁ ଅଞ୍ଚଳର ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories