ବିଶ୍ୱ ତାପନରୁ ରକ୍ଷା କରିବ କରିବ ଲୁଣ

0

ନୂଆଦିଲ୍ଲୀ : ବିଶ୍ୱ ତାପନ ଭଳି ଗୁରୁତର ସମସ୍ୟାରୁ ‘ଲୁଣ’ ଦୁନିଆକୁ ରକ୍ଷା କରିବ ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି । ବୈଜ୍ଞାନିକମାନେ ନିକଟରେ ଏକ ଅନୁସନ୍ଧାନରୁ ତାପନ ନିୟନ୍ତ୍ରଣରେ ଲୁଣ ଅନେକ ମାତ୍ରାରେ ସହାୟକ ବୋଲି ଜାଣିବାକୁ ପାଇଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ ପୃଥିବୀ ସଲଗ୍ନ ବାୟୁମଣ୍ଡଳର ୧୧ କିଲୋମିଟର ଉପରେ ଲୁଣ ଛିଞ୍ଚନ କରାଗଲେ ବିଶ୍ୱ ତାପନରୁ ରକ୍ଷା ମିଳିବ । ଲୁଣ କଣିକାରୁ ପୃଥିବୀକୁ ହାନିକାରକ ଅତିବାଇଗଣୀ ରଶ୍ମୀ ଆସିବ ନାହିଁ । ଲୁଣ କଣିକାରେ ଅତିବାଇଗଣୀ ରଶ୍ମୀ ପ୍ରତିଫଳିତ ହୋଇ ଫେରିଯିବ । ଅପରପକ୍ଷରେ ଏହା ମାତ୍ର ଅଳ୍ପ ସମୟ ପାଇଁ ଉପଯୋଗୀ ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି । ଏହା କୃତ୍ରିମ ଭାବେ ପୃଥିବୀକୁ ଥଣ୍ଡା ରଖିବ । ମାତ୍ର ଦୀର୍ଘ ଦିନ ଲୁଣ କଣିକା ବାୟୁ ମଣ୍ଡଳରେ ରହିବା ପୃଥିବୀ ପାଇଁ ହାନିକାରକ ହେବ ବୋଲି କେତେକ ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି । କେତେକ ବୈଜ୍ଞାନିକଙ୍କ ମତରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ଆପଣାଗଲେ ପୃଥିବୀ ନଷ୍ଟ ହୋଇଯିବ । ଏହା ପୂର୍ବରୁ ବି ପୃଥିବୀକୁ ଅତିବାଇଗଣୀ ରଶ୍ମୀରୁ ରକ୍ଷା କରିବା ପାଇଁ ଅନେକ ସମାଧାନର ବାଟ ବୈଜ୍ଞାନିକମାନେ କହିଛନ୍ତି । ଏପରିକି ବାୟୁମଣ୍ଡଳର ଷ୍ଟ୍ରାଟୋସଫିୟରରେ ଏକ ବଡ଼ ହିଲିୟମ ବେଲୁଣ ଦ୍ୱାରା ଏରୋସେଲ କଣିକା ଛିଞ୍ଚନ କରାଯିବାକୁ କୁହାଯାଇଥିଲା । ମହାକାଶରେ ଏକ ବଡ଼ ଦର୍ପଣ ଲଗାଇବାକୁ ବି କୁହାଯାଇଥିଲା । ଏ ସବୁ ପ୍ରକ୍ରିୟା ବ୍ୟୟସାପେକ୍ଷ ଓ ଅସମ୍ଭବ ପରି ଲାଗୁଥିବାବେଳେ ଲୁଣ ଛିଞ୍ଚନ ଏକ ଅତି ସହଜ ଓ ସ୍ୱଳ୍ପ ଖର୍ଚ୍ଚର ପ୍ରକ୍ରିୟା ବୋଲି ଅନେକ ମତବ୍ୟକ୍ତ କରିଛନ୍ତି । ଟ୍ୟାକ୍ସେସର ବୈଜ୍ଞାନିକ ରୋବର୍ଟ ନେଲ୍ସନ ଏହି ବିକଳ୍ପର ବାଟ ଦେଖାଇଛନ୍ତି । ତାଙ୍କ କହିବା ଅନୁସାରେ ଟ୍ରପୋସ୍ଫିୟରରେ ଲୁଣ ଛିଞ୍ଚନ ଦ୍ୱାରା ବାୟୁ ମଣ୍ଡଳ ସଫା ହୋଇଯିବ । ଏହା ଦ୍ୱାରା ପାଣିପାଗରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ ।

Leave A Reply