www.samajalive.in
Saturday, December 6, 2025
26.1 C
Bhubaneswar

ଭାରତକୁ ଧମକ ଦେଲା ଚୀନ ‘‘ଗ୍ଲୋବାଲ ଟାଇମ୍ସ’’: ଜାରି କଲା ଯୁଦ୍ଧାଭ୍ୟାସ ଭିଡ଼ିଓ

ନୂଆଦିଲ୍ଲୀ: ମୁହଁରେ ଶାନ୍ତିର ଭାଷା କହୁଥିବା ଚୀନ ପକ୍ଷାନ୍ତରେ ଭାରତକୁ ପରୋକ୍ଷ ଧମକ ଦେବା ମଧ୍ୟ ଆରମ୍ଭ କରିଛି । ଚୀନ କମ୍ପ୍ୟୁନିଷ୍ଟ ପାର୍ଟି ମୁଖପତ୍ର ଗ୍ଲୋବାଲ ଟାଇମ୍ସର ସମ୍ପାଦକ ନିଜ ଟ୍ବିଟରରେ ଭାରତକୁ ଯେଉଁପରି ପରୋକ୍ଷ ଧମକ ଦେଇଛନ୍ତି ସେଥିରୁ ଚୀନର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ଚୀନ ରାଷ୍ଟ୍ରପତି ଶି.ଜିନପିଙ୍ଗଙ୍କ ବିନା ସହମତିରେ ଗ୍ଲୋବାଲ ଟାଇମ୍ସରେ କିଛି ଛପା ହୁଏ ନାହିଁ ଏ କଥା ସମସ୍ତେ ଜାଣନ୍ତି । ତେଣୁ ଏହାର ସମ୍ପାଦକଙ୍କ ଭାଷାକୁ ଚୀନର ଭାଷା ବୋଲି କୁହାଯିବାରେ କିଛି ଅଯଥାର୍ଥ ନାହିଁ । ଭାରତ-ଚୀନ ବିବାଦକୁ ନେି ଦୁଇ ଦେଶର ବିଦେଶମନ୍ତ୍ରୀ ମସ୍କୋରେ ୫ ସୂତ୍ରୀ କାର୍ଯ୍ୟକ୍ରମ ଉପରେ ସହମତି ପ୍ରକାଶ ପରେ ଚୀନ ପକ୍ଷରୁ ଉସୁକାଇବା ପରି ପଦକ୍ଷେପ ଅବ୍ୟାହତ ରହିଛି । ଚୀନ ସେନା ତିବ୍ଦତରେ ସମରାଭ୍ୟାସ କରିବାର ଦୃଶ୍ୟ  ଏକ ଟ୍ବିଟରେ ପଦାକୁ ଆସିଛି ।

- Advertisement -

ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ସିଜିନ୍ ପିପୁଲ୍ସ ରିପବ୍ଲିକାନ ଆର୍ମିର ଏକ ଅଭ୍ୟାସ ଭିଡ଼ିଓ ନିଜ ଟ୍ବିଟରରେ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ଚୀନ ସେନା ଭାରତୀୟ ଟ୍ୟାଙ୍କକୁ ଧ୍ଵଂସ କରିବାର ଅଭ୍ୟାସ କରୁଛନ୍ତି । କେବଳ ସେତିକି ନୁହେଁ ସିଜିନ୍ ଧମକ ମଧ୍ୟ ଦେଇଛନ୍ତି ଯେ ଯଦି ଭାରତ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ୫ ସୂତ୍ରୀ ସହମତି ଲାଗୁ ନ କରେ ତେବେ ଚୀନ ସେନା ଭାରତକୁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories