www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ ଓ ଚୀନ୍ ମଧ୍ୟରେ ଗତ ସପ୍ତାହରେ ୧୦୦-୨୦୦ ରାଉଣ୍ଡ ଗୁଳି ବିନିମୟ ହୋଇଛି : ରିପୋର୍ଟ

ଲଦ୍ଦାଖ : ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଏକ ନୂଆ ତଥ୍ୟ ସ​ମ୍ନାକୁ ଆସିଛି। ​ସେପ୍ଟେମ୍ବର ୧୦ରେ ମସ୍କୋରେ ଭାରତ-ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଲଦାଖରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଭାରତ ଏବଂ ଚୀନ୍‌ର ସୈନିକଙ୍କ ମଧ୍ୟରେ ପାଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର କୂଳରେ ଗୁଳି ବିନିମୟ ଘଟିଥିଲା ​​ଏବଂ ଚୁସୁଲ ସେକ୍ଟରରେ ଗୁଳି ବିନିମୟ ଅପେକ୍ଷା ଏହା ଅଧିକ ଥିଲା। ଏକ ଇଂରାଜୀ ସମ୍ବାଦପତ୍ରରେ ଏହା ପ୍ରକାଶ ପାଇଛି।

ଏ ସଂପର୍କରେ ଅବଗତ ଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ପେଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର କୂଳରେ ଥିବା ଫିଙ୍ଗର୍ସ ଅଞ୍ଚଳରେ ଚୀନ ପ୍ରାଧାନ୍ୟ ବିସ୍ତାର କରୁଥିବା ବେଳେ ଏହି ଘଟଣା ଘଟିଛି। ଅଧିକାରୀଙ୍କ କହିବାନୁସାରେ, ହ୍ରଦର ଉତ୍ତର ସୀମାରେ ଉଭୟ ପଟରୁ ୧୦୦ ରୁ ୨୦୦ ରାଉଣ୍ଡ ଗୁଳିଚାଳନା କରାଯାଇଥିଲା। ତେବେ ଶୂନ୍ୟକୁ ଏହି ଗୁଳିଚାଳନ କରାଯାଇଥିବା ଜଣାପଡିଛି। ଫିଙ୍ଗର- ୩ ଏବଂ ଫିଙ୍ଗର-୪ ଅଞ୍ଚଳର ରିଜଲାଇନରେ ଏହି ଘଟଣା ଘଟିଛି।

- Advertisement -

ସେପ୍ଟେମ୍ବର ୭ରେ ମୁକୁରୀ ହାଇଟ୍ସ ନାମକ ଏକ ସ୍ଥାନରେ ଚୁସୁଲ ଉପ-ସେକ୍ଟରରେ ଗୁଳି ବିନିମୟ ଘଟିଥିଲା। ଅଧିକାରୀ ଜଣଙ୍କ କହିଛନ୍ତି ଯେ ୪୫ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଏଲଏସିରେ ଉଭୟ ପଟରୁ ଗୁଳିଚାଳନା କରାଯାଇଥିଲା। ତେବେ ଉଭୟ ଭାରତ ଏବଂ ଚୀନ୍ ପକ୍ଷରୁ ଏହି ଘଟରାକୁ ନେଇ କୌଣସି  ବିବୃତ୍ତି ଜାରି କରାଯାଇ ନାହି। ଏହା ଚୁସୁଲରେ ହୋଇଥିବା ଗୁଳି ବିନିମୟ ଠାରୁ ବଡ ବୋଲି ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପେଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରେ ବହୁ  ଅନେକ ଥର ଗୁଳି ବିନିମୟ ହୋଇଥିଲା। ଚୁସୁଲ ସେକ୍ଟରର ଅନେକ ସ୍ଥାନରେ ଭାରତ ଏବଂ ଚୀନ୍‌ର ସୈନ୍ୟ ପରସ୍ପରଠାରୁ ୩୦୦ ମିଟର ଦୂରରେ ନିୟୋଜିତ ହୋଇଥିଲେ। ଏହି ସମୟରେ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେଉଥିଲା

ତେବେ ଅଧିକାରୀ ଜଣଙ୍କ କହିଛନ୍ତି ଯେ ସୀମାନ୍ତରେ ଏହା ଏକ ଛୋଟ ଘଟଣା ଘଟିଥିଲା, କିନ୍ତୁ ସୈନିକମାନଙ୍କ ପାଇଁ ଏହା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ, ଯାହାକୁ ନେଇ ରିପୋର୍ଟ କରାଯିବ। ସେ କହିଛନ୍ତି ଯେ ଏହି ଘଟଣା ମୁକପାରୀରେ ଘଟିଥିଲା ​​ଯେଉଁଠାରେ କିଛି ରାଉଣ୍ଡ ଗୁଳି ଚାଲିଥିଲା। ଗୋଟିଏ ଦିନ ପରେ ଆମେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲୁ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories