www.samajalive.in
Wednesday, December 10, 2025
18.1 C
Bhubaneswar

କାଚ ସଫା କରିବାର ସହଜ ଉପାୟ

ସାଧାରଣତଃ କାଚ ବା କାଚ ତିଆରି ସାମଗ୍ରୀ ବହୁତ ସୁକ୍ଷ୍ମ ହୋଇଥାଏ। ଏହାକୁ ଖୁବ୍ ସାବଧାନତା ସହକାରେ ବ୍ୟବହାର କରିବାକୁ ପଡ଼ିଥାଏ। ତେଣୁ କାଚ ଥରେ ଅପରିଷ୍କାର ହୋଇଗଲେ ତାକୁ ପୁଣି ପୂର୍ବ ଭଳି ଚମକାଇବା ବହୁତ କଷ୍ଟ ହୋଇଥାଏ। ବହୁ ସମୟରେ କାଚରେ ଲାଗିଥିବା ବିଭିନ୍ନ ଦାଗ ସାଧାରଣ ପାଣି ଓ ସର୍ଫ ପାଣିରେ ସଫା ହୋଇ ନଥାଏ। ଏଥିସହିତ ଆପଣ ଜାଣି ରଖିବା ଉଚିତ ଯେ ସର୍ଫ ବା କ୍ଲିନିଙ୍ଗ ସଲ୍ୟୁସନରେ ବାରମ୍ବାର କାଚ ସଫା କରିବା ଦ୍ବାରା ତାହା କୁହୁଡିଆ ହୋଇଯାଏ ଓ ଦାଗ ପଡିଯାଏ। ହେଲେ ଏପରି କିଛି ଘରୋଇ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ବାରା ଘରର କାଚକୁ ବା କାଚ ସାମଗ୍ରୀକୁ ଆପଣ ପୁଣି ଥରେ ଚମକାଇ ପାରିବେ। ଚାଲନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ –

• ଯଦି କାଚର ଅସଲି ଚମକ ଫେରାଇ ଆଣିବାକୁ ଚାହୁଁଛନ୍ତି ତେବେ ଭିନେଗାର ଠାରୁ ଭଲ ଆଉ କିଛି ହୋଇପାରିବ ନାହିଁ। ଭିନେଗାର ସାହାଯ୍ୟରେ କାଚ ସଫା କରିବା ଦ୍ବାରା କାଚର ଦାଗ ଦୂର ହେବା ସହ କାଚର ଚମକ ଫେରି ଆସିଥାଏ।
• ଘରେ ବ୍ୟବହାର କରାଯାଉଥିବା ଲୁଣ ଆପଣଙ୍କ ଘରର କାଚ ସଫା କରିବାରେ ସହାୟକ ହୋଇଥାଏ। ପାଣିରେ ଟିକିଏ ଲୁଣ ମିଶାଇ ସହଜରେ କାଚ ସଫା କରନ୍ତୁ।
• ବେକିଙ୍ଗ୍ ସୋଡ଼ାର ସହାୟତାରେ ମଧ୍ୟ କାଚ ସଫା କରିହେବ। ସେଥିପାଇଁ ବେକିଙ୍ଗ ସୋଡ଼ାକୁ ପାଣିରେ ମିଶାଇ ସ୍ପ୍ରେ ବୋତଲରେ ରଖନ୍ତୁ ଓ ଏହା ପରେ କାଚ ଉପରେ ସ୍ପ୍ରେ କରି କୋମଳ କପଡା ସାହାଯ୍ୟରେ ସଫା କରନ୍ତୁ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories