www.samajalive.in
Thursday, December 11, 2025
18.1 C
Bhubaneswar

କୋଇଲା ଦୁର୍ନୀତି: ମନ୍ତ୍ରଣାଳୟର ପୂର୍ବ ସଚିବଙ୍କୁ ୩ବର୍ଷ ଜେଲ,୫୦ହଜାର ଅର୍ଥଦଣ୍ଡ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତିରେ ଚାଲିଥିବା ସିବିଆଇ ତଦନ୍ତର ଚୂଡ଼ାନ୍ତ ଶୁଣାଣି ପ୍ରକାଶ ପାଇଛି। ଭ୍ରଷ୍ଟାଚାର ଓ ଅପରାଧୀକ ଚକ୍ରାନ୍ତ ଅଭିଯୋଗରେ ଏହି ଘଟଣାରେ ୪ଜଣଙ୍କୁ ଦଣ୍ଡିତ କରିଛି ପଟିୟାଲା କୋର୍ଟ ବିଚାରପତି। ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଭାବେ କୋଇଲା ମନ୍ତ୍ରଣାଳୟର ପ୍ରାକ୍ତନ ସଚିବ ଏଚ ସି ଗୁପ୍ତାଙ୍କ ସମେତ ଅନ୍ୟ ୪ଜଣଙ୍କୁ ଉପରୋକ୍ତ ଅପରାଧରେ ଦଣ୍ଡାଦେଶ ପ୍ରଦାନ କରାଯାଇଛି। କେଇଲା ମନ୍ତ୍ରଣାଳୟର ଅବସରପ୍ରାପ୍ତ ନିର୍ଦେଶକ କେ ସି ସମରିୟା ଓ ତତ୍କାଳୀନ ଯୁଗ୍ମ ସଚିବ ଏସ କ୍ରୋଫାଙ୍କୁ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯିବା ସହ ୫୦ହଜାର ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ ଏକ ଘରୋଇ କମ୍ପାନୀ ବିକାଶ ମେଟାଲ୍ସ ଆଣ୍ଡ ପାୱାର ଲି.ର ମାଲିକ ବିକାଶ ପଟନୀ ଓ ତାଙ୍କ ସହଯୋଗୀ ଆନନ୍ଦ ମଲିକଙ୍କୁ ମଧ୍ୟ ୪ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ବିକାଶ ମେଟାଲ୍ସ ଆଣ୍ଡ ପାୱର ଲି. କମ୍ପାନୀକୁ ପଶ୍ଚିମବଙ୍ଗ ସ୍ଥିତ ମୋରିୟା ଓ ମଧୁଜୋଡ଼ସ୍ଥିତ କୋଇଲା ଖାଦାନ ଆବଣ୍ଟନ କରାଯାଇ ଥିଲା। ଏହି ଆବଣ୍ଟନ ସମ୍ପୂର୍ଣ୍ଣ ନିୟମ ବର୍ହିଭୂତ ବୋଲି ପରବର୍ତ୍ତୀ ସମୟରେ ସିବିଆଇ ତଦନ୍ତରେ ଜଣା ପଡ଼ିଥିଲା। ୨୦୧୨ରେ ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ୱ ନେବା ସହ ଉପରୋକ୍ତ ୫ଜଣଙ୍କୁ ଗିରଫ କରାଯାଇ ଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ପ୍ରାକ୍ତନ ସଚିବ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ଜାମିନ ପ୍ରଦାନ କରିଥିଲା।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories