ନୂଆଦିଲ୍ଲୀ : ୨୦୧୮ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ଘୋଷଣା କରାଯାଇଛି। ୩ଜଣ ଓଡିଆ ସାହିତ୍ୟିକ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ବିଶିଷ୍ଟ ସାହିତ୍ୟିକ ଡ. ଦାଶରଥି ଦାସଙ୍କୁ ତାଙ୍କ ପୁସ୍ତକ “ପ୍ରସଙ୍ଗ ପୁରୁଣା ଭାବନା ନୂଆ” ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ଡ.ଗଗନେନ୍ଦ୍ର ନାଥ ଦାସଙ୍କୁ ସାହିତ୍ୟ ଏକାଡେମୀ ଭାଷା ପୁରସ୍କାର, ଡ. ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗଙ୍କୁ କୋଶଲି-ସମ୍ବଲପୁରୀ ଭାଷା ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଏକାଡେମୀର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
Popular Categories



