www.samajalive.in
Saturday, December 6, 2025
17.1 C
Bhubaneswar

ପେଟ ଭିତରେ ଗ୍ଲାସ୍, ଉଡିଗଲା ଡାକ୍ତରଙ୍କ ହୋସ୍

ନୂଆଦିଲ୍ଲୀ: ହରିୟାଣାର ଫରିଦାବାଦରେ ସମସ୍ତଙ୍କୁ ଚକିତ କଲା ଭଳି ଏକ ଘଟଣା ଘଟି ଯାଇଛି । ଘଟଣାଟି ଏହିପରି, ଜଣେ ୩୦ବର୍ଷୀୟ ବ୍ୟକ୍ତି ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଫରିଦାବାଦରେ ଥିବା ବିକେ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ତାଙ୍କୁ ଏକ୍ସରେ କରିବାକୁ କହିଥିଲେ । ତାଙ୍କର ଏକ୍ସରେ ରିପୋର୍ଟ ଦେଖିଲା ପରେ ଡାକ୍ତରଙ୍କ ହେସ୍ ଉଡିଯାଇଥିଲା। ଏକ୍ସରେ ରିପୋର୍ଟ ଅନୁଯାୟୀ ରୋଗୀଙ୍କ ପେଟରେ ଏକ ଷ୍ଟିଲ ଗ୍ଲାସ ଫସି ରହିଛି । ଉକ୍ତ ରୋଗୀଙ୍କ ଅବସ୍ଥା ଦେଖି ଡାକ୍ତର ତାଙ୍କୁ ତୁରନ୍ତ ଏମ୍ସକୁ ସ୍ଥାନାନ୍ତର କରିଛନ୍ତି ।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ପ୍ରାୟ ସାତ ଦିନ ପୂର୍ବରୁ ମଳଦ୍ବାର ଦେଇ ଏକ ଷ୍ଟିଲ ଗ୍ଲାସ୍ ରୋଗୀଙ୍କ ପେଟକୁ ଚାଲିଯାଇଥିଲା। ପରେ ପେଟ ମଧ୍ୟରେ ଥିବା ଅନ୍ତରେ ସେହି ଗ୍ଲାସଟି ଫସି ଯାଇଥିଲା। ଏହି କାରଣରୁ ରୋଗୀଙ୍କୁ ପେଟରେ ଅତ୍ୟନ୍ତ ଯନ୍ତ୍ରଣା ଅନୁଭବ ହେଉଥିଲା। ଡାକ୍ତର ପ୍ରଥମେ ଗ୍ଲାସଟିକୁ ମଳଦ୍ବାରା ବାଟେ ବାହାର କରିବାକୁ ଚେଷ୍ଟ କରିଥିଲେ । ହେଲେ ଏହା ଦ୍ବାରା ମଳଦ୍ବାରରେ କ୍ଷତ ସୃଷ୍ଟି ହୋଇଥିଲା। ଅପରେସନ୍ କରି ଗ୍ଲାସଟିକୁ ବାହାର କରିବାକୁ ଡାକ୍ତର କହିଥିଲେ ହେଲେ ରୋଗୀଙ୍କ ପରିବାର ଲୋକ ଏଥିରେ ରାଜି ହୋଇ ନଥିଲେ । ପରେ ଡାକ୍ତର ରୋଗୀଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories