www.samajalive.in
Saturday, December 6, 2025
26.1 C
Bhubaneswar

ତଣ୍ଟି ବସିଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଅଧିକ ଥଣ୍ଡା ଜିନିଷ ଖାଇବା ଦ୍ବାରା ଏବଂ ଋତୁ ପରିବର୍ତ୍ତନ ହେବା ଦ୍ବାରା ଅନେକ ଲୋକଙ୍କର ତଣ୍ଟି ବସି ଯାଇଥାଏ। ତଣ୍ଟି ବସିଯାଇଥିଲେ ଲୋକମାନେ ଠିକ ଭାବେ କଥା କହି ପାରି ନଥାଆନ୍ତି। ଏହାସହ ଖାଦ୍ୟ ଖାଇବାରେ ଅନେକ ଅସୁବିଧା ସୃଷ୍ଟି ହୋଇଥାଏ। ତଣ୍ଟି ବସିଗଲେ କଥା କହିବାରେ ଅନେକ ସମସ୍ୟା ଦେଖା ଦେବା ସହ କଷ୍ଟ ହୋଇଥାଏ। ଏହା ଶୀଘ୍ର ଠିକ ମଧ୍ୟ ହୋଇ ନଥାଏ। ଏଥିରୁ ଉପଶମ ପାଇବା ପାଇଁ ବ୍ୟକ୍ତିମା​‌ନେ ଅନେକ ପ୍ରକାର ଔଷଧର ସେବନ କରିଥାଆନ୍ତି। ଏପରି କ୍ଷେତ୍ରରେ ଔଷଧ ନ ଖାଇ ଘରୋଇ ଉପାୟ ଆପଣେଇବା ଦ୍ବାରା ଶୀଘ୍ର ଉପଶମ ମିଳିଥାଏ।

ଆସନ୍ତୁ ଜାଣିବା କେଉଁ ଘରୋଇ ଉପାୟ ଦ୍ବାରା ତଣ୍ଟି ବସିବା ପରି ସମସ୍ୟାରୁ ରକ୍ଷା ପାଇ ପାରିବା ..ଲୁଣ ପାଣି :

- Advertisement -

ତଣ୍ଟି ବସି ଯାଇଥିଲେ ଲୁଣ ପାଣିରେ ଗାର୍‌ଗେଲ୍ (ଗଳ ଗଳ) କରନ୍ତୁ। ପ୍ରଥମେ ପାଣିକୁ ଉଷୁମ କରି ସେଥିରେ କିଛି ଲୁଣ ମିଶାଇ ଫୁଟାନ୍ତୁ। ତାପରେ ଗାର୍‌ଗେଲ୍ କରନ୍ତୁ। ପ୍ରତ୍ୟେକ ଦିନ ୪-୫ଥର ଏପରି କରିବା ଦ୍ବାରା ତଣ୍ଟି ବସିବା ପରି ସମସ୍ୟାରୁ ଶୀଘ୍ର ଉପଶମ ମିଳିବ।ମହୁ :

ମହୁ ତଣ୍ଟି ବସି ଯାଇଥିବା ବା ତଣ୍ଟି ଫୁଲିବା ଭଳି ସମସ୍ୟାକୁ ଦୂର କରିଥାଏ । ତଣ୍ଟି ବସିଥିବା ସମୟରେ ମହୁ ଖାଇବା ଦ୍ୱାରା କାଶ କମ୍‌ ହୋଇଥାଏ। ଏହାସହ ତଣ୍ଟି ଦରଜ ମଧ୍ୟ କମ୍‌ ହୋଇଥାଏ ।ପୁଦିନା ପତ୍ର ପାଣି :

ତଣ୍ଟି ଦରଜ ହେଲେ ପୁଦିନା ପତ୍ରକୁ ପାଣିର ଫୁଟାଇ ଗାର୍‌ଗେଲ୍ (ଗଳ ଗଳ) କରନ୍ତୁ । ଏପରି କରିବା ଦ୍ୱାରା ତଣ୍ଟି ଦରଜ ଭଳି ସମସ୍ୟା ଦୂର ହୋଇଥାଏ। ଏହାସହ ନିଶ୍ୱାସ ନେବା ସହଜ ହୋଇଥାଏ ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories