ମୟୁରଭଞ୍ଜ : ବଡ଼ସାହି ଥାନା ଅନ୍ତର୍ଗତ ଛେଳିଆ(ଖ) ଗ୍ରାମର ଜଣେ ନାବାଳିକା ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଛନ୍ତି। ନାବାଳିକା ଜଣଙ୍କ ହେଲେ ଶ୍ରଦ୍ଧାଞ୍ଜଳି ସିଂହ(୧୬)। ରବିବାର ସକାଳ ୭ଟା ସମୟରେ କୌଣସି କାରଣକୁ ନେଇ ଶ୍ରଦ୍ଧାଞ୍ଜଳି ଘରର କୋଠରିକୁ ଭିତର ପଟୁ ବନ୍ଦ କରିଥିଲେ। କବାଟ ନ ଖୋଲିବାରୁ ଘରଲୋକେ ଗ୍ରାମବାସୀଙ୍କ ସହାୟତାରେ କବାଟ ଭାଙ୍ଗି ଘରେ ପଶି ଶ୍ରଦ୍ଧାଞ୍ଜଳି ବେକରେ ଲୁଗା ଲଗାଇ ଛାତରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବଡ଼ସାହି ଡାକ୍ତରଖାନାକୁ ଆଣିଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।
Popular Categories



