www.samajalive.in
Saturday, December 6, 2025
17.1 C
Bhubaneswar

ଲକଡାଉନରେ ଲଜ୍ଜା: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବ୍ରଜରାଜନଗର: ଲକଡାଉନ ସମୟରେ ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ବରପାଲି-ତବଲାମାଲ ଅଞ୍ଚଳରେ ଜଣେ ସାଢ଼େ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଶିଶୁ କନ୍ୟାଟି ତା ମାମୁଘରେ ରହୁଥିବାବେଳେ ଗତ ୧୯ ତାରିଖ ଦିନ ଜଣେ ସମ୍ପର୍କୀୟ ତାଙ୍କୁ ଦୁଷ୍କର୍ମ କରିଛି। ମଙ୍ଗଳବାର ଘଟଣା ସମ୍ପର୍କରେ ନାବାଳିକା ଜଣକ ନିଜ ମାଉସୀଙ୍କୁ କହିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ରାତିରେ ପୁଲିସ ଶିଶୁକନ୍ୟାକୁ ମେଡିକାଲରେ ଭର୍ତ୍ତି କରିଥିଲା। ଦୁଷ୍କର୍ମ ଅଭିଯୋଗରେ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖିବା ସହିତ ଘଟଣାର ତଦନ୍ତ ଚଳାଇଥିବା ବ୍ରଜରାଜନଗର ଆଇଆଇସି ନଳିତା ମୋଦୀ ସୂଚନା ଦେଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories