www.samajalive.in
Saturday, December 6, 2025
26.1 C
Bhubaneswar

କନ୍ୟାସନ୍ତାନ ଜନ୍ମହାରରେ ବୌଦ୍ଧ ଜିଲା ରାଜ୍ୟରେ ପଞ୍ଚମ

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପିସିପିଏନ୍‌ଡିଟି ଆଇନ ଅନ୍ତର୍ଗତ ଜିଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଚାଲୁଥିବା ଅଲ୍ଟ୍ରାସାଉଣ୍ଡ୍ କ୍ଲିନିକ୍ ଗୁଡିକର କାର୍ଯ୍ୟକାରିତା, ନିୟମିତ ବ୍ୟବଧାନରେ କ୍ଲିନିକ୍ ଗୁଡିକର ଯାଞ୍ଚ, ପଞ୍ଜୀକୃତ କ୍ଲିନିକର ନବୀକରଣ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲ୍ଟ୍ରାସାଉଣ୍ଡ୍ ମେସିନ୍ ସ୍ଥାପନ, କନ୍ୟାଭୃଣହତ୍ୟା ନିରୋଧ ଆଇନ ସଂପର୍କରେ ଜନସଚେତନତା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡା.ତ୍ରିଲୋଚନ ପ୍ରଧାନ ସୂଚନା ଦେଇଥିଲେ ଯେ, ୨୦୧୧ ଜନଗଣନା ଅନୁଯାୟୀ ବୌଦ୍ଧଜିଲ୍ଲାରେ କନ୍ୟାସନ୍ତାନ ଜନ୍ମହାର ଓ ଲିଙ୍ଗ ଅନୁପାତ ଯଥାକ୍ରମେ ୯୭୮ ଓ ୯୯୧ ରହିଛି। ଓଡିଶାରେ କନ୍ୟାସନ୍ତାନ ଜନ୍ମହାର ଆକଳନ ଅନୁଯାୟୀ, ନବରଂଗପୁର, ମାଲକାନଗିରି, ନୂଆପଡା ଓ କୋରାପୁଟ ଜିଲ୍ଲା ପଛକୁ ବୌଦ୍ଧ ଜିଲ୍ଲା ପଞ୍ଚମ ସ୍ଥାନରେ ରହିଛି।

 

- Advertisement -

ଜିଲାରେ ଏହି ହାରକୁ ବଜାୟ ରଖିବା ନିମନ୍ତେ ସମସ୍ତ ବୁଦ୍ଧିଜୀବି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ଜନସାଧାରଣ ପ୍ରତିଶ୍ରୁତିବଦ୍ଧ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏଥିସହିତ ଜିଲା କ୍ୱାଲିଟି ଆସିଓରାନ୍ସ କମିଟିର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପରିବାର କଲ୍ୟାଣ ଯୋଜନା ଅନ୍ତର୍ଗତ ଉପଲବ୍ଧ ହେଉଥିବା ସେବା ଗୁଡ଼ିକର ଗୁଣବତା, ପ୍ରୋତ୍ସାହନ ରାଶି ପ୍ରଦାନ, ବନ୍ଧ୍ୟାକଣ ଅସ୍ତ୍ରୋପଚାର ବିଫଳ ହୋଇଥିବା ସ୍ଥଳେ କ୍ଷତିପୂରଣ ରାଶି ପ୍ରଦାନ, କାୟାକଳ୍ପ ଓ ଲକ୍ଷ୍ୟ ଅନୁଯାୟୀ ସମସ୍ତ ସରକାରୀ ଚିକିତ୍ସାଳୟ ଗୁଡ଼ିକର ମାନକ ଓ ଅନ୍ୟାନ୍ୟ ପ୍ରସଙ୍ଗ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଏନ୍ ସି ଜ୍ୟୋତିରଂଜନ ନାୟକ, ଜିଲା ପରିବାରକଲ୍ୟାଣ ଅଧିକାରୀ, ଡା. ଭଞ୍ଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍, ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଡା. ଉମେଶଚନ୍ଦ୍ର ପାଣିଗ୍ରାହି, ଡା. ବିଜୟ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଂଚି ଧରୁଆ, ସ୍ୱତନ୍ତ୍ର ପବ୍ଲିକ୍ ପ୍ରୋସିକ୍ୟୁଟର୍ ଯୋଗେଶ୍ ପ୍ରସାଦ ନାୟକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ରର ସଂପାଦିକା ପୁଷ୍ପିତା ପ୍ରଧାନ, ଶ୍ରୀଜଗନ୍ନାଥ ମହିଳା ଉଦ୍ୟୋଗର ଅଧ୍ୟକ୍ଷା ଜୟନ୍ତୀ ଷଡଙ୍ଗୀ, ଆଶ୍ୱାସ୍ରୋ ସଂପାଦକ ପ୍ରଭାସ କୁମାର ସାମନ୍ତରାୟ, ଏଡିପିଏଚ୍ ସିଓ ରବିନ୍ଦ୍ର କୁମାର ପ୍ରଧାନ, ଡିପିଏମ୍ ରୂପକ କୁମାର ମହାପାତ୍ର, ଜିଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ହସ୍ପିଟାଲ୍ ମ୍ୟାନେଜର୍ ଡା. ବିନାୟକ ପାଣିଗ୍ରାହି, ଜିକେଏସ୍ ମ୍ୟାନେଜର୍ ରଞ୍ଜନ କୁମାର ପରିଚ୍ଛା ତଥା ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories