www.samajalive.in
Saturday, December 6, 2025
26.1 C
Bhubaneswar

ପଥଚାରୀଙ୍କୁ ଧକ୍କାଦେଲା ବାଇକ: ୨ ଗୁରୁତର    

ଦେବଗଡ : ଦେବଗଡ ଥାନା ଅନ୍ତର୍ଗତ କଳାମାଟି ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ଜଣେ ବାଇକ ଆରୋହୀ ଜଣେ ପଥଚାରୀଙ୍କୁ ଧକ୍କା ଦେବା ଫଳରେ ଉଭୟ ପଥଚାରୀ ଓ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ପ୍ରାୟ ୭ଟା ସମୟରେ ଦେବଗଡ ପୌରାଂଚଳ ଅନ୍ତର୍ଗତ ନିଳବେର୍ଣ୍ଣୀସାହିର ଜେମସାନ ମୁଣ୍ଡା(୩୨) ଏକ ବାଇକ ଯୋଗେ ବାରକୋଟ ପଟୁଆସୁଥିବା ବେଳେ ଭାରସାମ୍ୟ ହରାଇ କଲାମ଼ାଟି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ପାରିହେଉଥିବା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲେ। ଫଳରେ ଉକ୍ତ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ବାଇକ ଆରୋହୀ ଜେମସାନ ନିଜେ ମଧ୍ୟ ବାଇକ ସହ ରାସ୍ତା ଉପରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସଳୟରେ ଭର୍ତ୍ତି କରିଥିବା ବେଳେ ଉଭୟେ ସୋଟାରେ ଚିକିତ୍ସାଧିନ ଥିବା ଜଣାପଡିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories