www.samajalive.in
Saturday, December 6, 2025
19.1 C
Bhubaneswar

ମହଙ୍ଗା ପଡିଲା ନାବାଳିକା ସହିତ ସାବାଳିକାର ସମଲିଙ୍ଗୀ ପ୍ରେମ ସମ୍ପର୍କ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ପ୍ରଥମ ଥର ପାଇଁ ସମଲିଙ୍ଗୀ ପ୍ରେମ ସମ୍ପର୍କରେ ଜଣେ ସାବାଳିକା ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟଚାଲାଣ ହେବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି। ସୂଚନା ମତେ ପୁରୁଣାକଟକ ଥାନା ଅଞ୍ଚଳର ଜନୈକ ସାବାଳିକା ସହିତ ଜନୈକ ନାବାଳିକା ମଧ୍ୟରେ ସମଲିଙ୍ଗୀ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏ ବିଷୟରେ ପରିବାର ଲୋକେ ଜାଣିବା ପରେ ଜନୈକ ସାବାଳିକାଠାରୁ ନିଜ ନାବାଳିକା ଝିଅକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ। ପରିବାର ଲୋକେ କିଛିଦିନ ତଳେ ନାବାଳିକା ଝିଅକୁ ନେଇ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଞ୍ଚଳରେ ଥିବା ତାଙ୍କ ମାଉସୀଘରେ ତାକୁ ନେଇ ଛାଡିଦେଇଥିଲେ। ଏତେସବୁ ପରେ ଉଭୟ ସମଲିଙ୍ଗୀଙ୍କ ମଧ୍ୟରେ ଗଭୀର ପ୍ରେମ ସମ୍ପର୍କ ଯୋଗୁଁ କେହି କାହାକୁ ଛାଡି ରହିପାରି ନ ଥିଲେ। ଗତ ୨୯ ତାରିଖ ଦିନ ନାବାଳିକା ଝିଅକୁ ମାଉସୀଘରୁ ଉଠାଇନେଇ ସାବାଳିକା ଜଣଙ୍କ କେଉଁଆଡେ ଫେରାର ହୋଇଯାଇଥିବା ସମ୍ପର୍କରେ ନାବାଳିକାଙ୍କ ବାପା ଖଜୁରୀପଡା ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ଖଜୁରୀପଡା ପୁଲିସ ତଦନ୍ତ ଆରମ୍ଭ କରିଥିଲା।କନ୍ଧମାଳ ଜିଲ୍ଲା ଚକାପାଦ ଅଞ୍ଚଳରୁ ସମଲିଙ୍ଗୀ ସାବାଳିକା ଏବଂ ନାବାଳିକାକୁ ରିବିବାର ପୁଲିସ ଉଦ୍ଧାର କରି ଥାନାକୁ ଆଣିଥିଲା। ସାବାଳିକା ଜଣଙ୍କୁ ଖଜୁରୀପଡା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏ ସମ୍ପର୍କରେ ଖଜୁରୀପଡା ଥାନା ଅଧିକାରୀଙ୍କୁ ପଚାରିଥିଲେ ମଧ୍ୟ ସେ ସୂଚନା ଦେବାକୁ ମନାକରିଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories