www.samajalive.in
Sunday, December 7, 2025
26.1 C
Bhubaneswar

ଜିଏସ୍‌ଟି ପରିଷଦ ବୈଠକ; ରାଜ୍ୟଙ୍କୁ ମିଳିବ କୋଡ଼ିିଏ ହଜାର କୋଟିର କ୍ଷତିପୂରଣ

ନୂଆଦିଲ୍ଲୀ: ‌ରାଜ୍ୟଗୁଡିକୁ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ବାବଦ କ୍ଷତିପୂରଣ ପ୍ରଦାନ ନେଇ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦ‌ ପରିପ୍ରେକ୍ଷୀରେ ସୋମବାର ଅନୁଷ୍ଠିତ ହୋଇଯାଇଛି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ପରିଷଦର ୪୨ତମ ଗୁରୁତ୍ବପୂର୍ଣ୍ଣ ବୈଠକ। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ସେସ୍‌ ବା ଉପକର ଆକାରରେ କୋଡିଏ ହଜାର କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ ବୈଠକ‌େ‌ର କେତେକ ରାଜ୍ୟ ସମ୍ପୂର୍ଣ୍ଣ କ୍ଷତିପୂରଣ ରାଶି ଦାବି କରିବାରୁ ଏ ନେଇ କୌଣସି ପ୍ରକାର ସହମତି ହୋଇପାରିନାହିଁ। ଏଥିପାଇଁ ଚଳିତମାସ ୧୨ରେ ପୁର୍ନବାର ଜିଏସ୍‌ଟି ପରିଷଦ ବୈଠକ ବସିବ। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ସୋମବାର ରାତିରେ ହିଁ ରାଜ୍ୟଗୁଡିକ ନିକଟରେ ଏହି କୋଡିଏ ହଜାର କୋଟି ଟଙ୍କାର କ୍ଷତିପୂରଣ ଅର୍ଥ ପହଞ୍ଚିଯିବ। ବୈଠକ‌ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୨୦୨୨ ପରଠାରୁ କାର ଭଳି ସୌଖୀନ ସାମଗ୍ରୀ ସହ ତମାଖୁ ଉପରେ ସରକାର ଉପକର ଲାଗୁ ନିୟମକୁ ବୃଦ୍ଧି କରିବାକୁ ଯାଉଛନ୍ତି। ଚଳିତ ଆର୍ଥିକବର୍ଷ‌େ‌ର ରାଜସ୍ବ କ୍ଷେତ୍ରରେ ଦେଖା‌େ‌ଦବାକୁ ଥିବା ନିଅଣ୍ଟିଆ ସ୍ଥିତି କ୍ଷେତ୍ରରେ ଋଣ ପରିଶୋଧ ଲାଗି ରାଜ୍ୟଗୁଡିକୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ଏଭଳି ଯୋଜନା କରିଛନ୍ତି। ଏହି ସେସ୍‌କୁ ୫ ବର୍ଷ ପରେ ମଧ୍ୟ ଜାରି ରଖିବାକୁ ଆଜି ଜିଏସ୍‌ଟି ପରିଷଦ ମଞ୍ଜୁରି ପ୍ରଦାନ କରିଛି। ତେବେ ଆଜିର ବୈଠକରେ ରାଜ୍ୟଗୁଡିକର ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗରେ କୌଣସି ପ୍ରକାର ସହମତି ହୋଇପାରିନାହିଁ। ଏଥିରେ ୧୦ଟି ରାଜ୍ୟ ସମ୍ପୂର୍ଣ୍ଣ କ୍ଷତିପୂରଣ ଦାବି କରିଥିଲେ। ଯାହାଫଳରେ ଏ ନେଇ କୌଣସି ପ୍ରକାର ସହମତି ହୋଇପାରି ନ ଥିଲା। ଏହି ପ୍ରସଙ୍ଗ ଉପରେ ନିଷ୍ପତ୍ତି ପାଇଁ ଚଳିତମାସ ୧୨ରେ ପୁଣିଥରେ ଜିଏସ୍‌ଟି ପରିଷଦ ବୈଠକ ବସିବ।  ସୂଚନାଯୋଗ୍ୟ, ଚଳିତ ଆର୍ଥିକବର୍ଷ ନିମନ୍ତେ ଜିଏସ୍‌ଟି ରାଜସ୍ବ ନିଅଣ୍ଟିଆ ସ୍ଥିତି ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକ ଲାଗି ୯୭,୦୦୦ ‌େକ‌ାଟି ଟଙ୍କାର ଋଣ ବିକଳ୍ପ ଘୋଷଣା କରିଥିଲେ। ଅଣ-ବିଜେପି ଶାସିତ ରାଜ୍ୟଗୁଡିକ କେନ୍ଦ୍ରର ଏହି ଋଣ ବିକଳ୍ପକୁ ବିରୋଧ କରୁଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ଜିଏସଟି ରାଜସ୍ବ ସଂଗ୍ରହରେ କେନ୍ଦ୍ର ସରକାର ୨.୩୫ ଲକ୍ଷ ‌େ‌କ‌ାଟି ଟଙ୍କାର ଏକ ନିଅଣ୍ଟିଆ ସ୍ଥିତିର ସମ୍ମୁଖୀନ ହେ‌େ‌ବ ବୋଲି ଆକଳନ କରାଯାଇଛି ।
ଆସନ୍ତା ଜାନୁଆରୀ ପହିଲାଠାରୁ ଯେଉଁ ଟିକସଦାତାଙ୍କ ବାର୍ଷିକ କାରବାର ୫ କେ‌ାଟି ଟଙ୍କାରୁ କମ୍‌ ସେମାନେ ମାସିକ ରିଟର୍ଣ୍ଣ (ଜିଏସ୍‌ଟିଆର୍‌-୩ବି ଏବଂ ଜିଏସ୍‌ଟିଆର୍‌-୧) ଦାଖଲ କରିବା ଆବଶ୍ୟକ ନାହିଁ ବୋଲି ବୈଠକ ପରେ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି। ସେହି କରଦାତାମାନେ କେବଳ ତ୍ରୈମାସିକ ଭିତ୍ତିରେ ରିଟର୍ଣ୍ଣ ଫାଇଲ୍‌ କରିବେ। ଛୋଟ ଛୋଟ କରଦାତାଙ୍କୁ ମାସିକ ବଦଳରେ ତ୍ରୈମାସିକ ରିଟର୍ଣ୍ଣ ଦାଖଲ ଅନୁମତି ବିକଳ୍ପ ସମ୍ପର୍କରେ ଜିଏସ୍‌ଟି ପରିଷଦ ନେଇଥିବା ନିଷ୍ପତ୍ତି ଏହି ବର୍ଗର ଟିକସ ପ୍ରଦାନକାରୀଙ୍କୁ ବଡ ରିଆତି ଦେବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଏହାଫଳରେ ଆସନ୍ତା ବର୍ଷଠାରୁ ବାର୍ଷିକ ରିଟର୍ଣ୍ଣ ଦାଖଲ ସଂଖ୍ୟା ୨୪ରୁ ୮କୁ ହ୍ରାସ ଘଟିବ। ସୂଚନାଯୋଗ୍ୟ, ଚଳିତବର୍ଷ ଜିଏସଟି ରାଜସ୍ବ ସଂଗ୍ରହରେ କେନ୍ଦ୍ର ସରକାର ୨.୩୫ ଲକ୍ଷ ‌େ‌କ‌ାଟି ଟଙ୍କାର ଏକ ନିଅଣ୍ଟିଆ ସ୍ଥିତିର ସମ୍ମୁଖୀନ ହେ‌େ‌ବ ବୋଲି ଆକଳନ କରାଯାଇଛି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories