www.samajalive.in
Saturday, December 13, 2025
27.1 C
Bhubaneswar

ନାବାଳିକା ଗର୍ଭବତୀ ; ପୁଲିସର ତଦନ୍ତ ଆରମ୍ଭ

କାଲିମେଳା : ପୁଣି ମାଲକାନଗିରି ଜିଲା ପଡିଆ ଥାନା ଅନ୍ତର୍ଗତ ଏମପିଭି-୫୯ ଗ୍ରାମର ପଡିଆ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକା ୫ ମାସର ଗର୍ଭବତୀ ହୋଇଥିବାର ଖବର ମିଳିଛି। ଶରୀରର ଅସ୍ବାଭାବିକ ଲକ୍ଷଣ ଦେଖି ପୀଡିତାଙ୍କୁ ତାଙ୍କ ମା’ ପଚରାଉଚରା କରିବା ପରେ ମଧ୍ୟ ସେ କିଛି କହିନଥିଲା। ପରେ ଗାଁରେ ଥିବା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପରୀକ୍ଷା କରାଯିବା ପରେ ନାବାଳିକା ଗର୍ଭବତୀ ଥିବା ଜଣାପଡିଥିଲା।ଉକ୍ତ ଘଟଣା ପାଇଁ ନାବାଳିକା ତାଙ୍କ ବାପା ଓ ଗ୍ରାମର ଅନ୍ୟ ଜଣେ ଯୁବକଙ୍କୁ ଦାୟୀ କରିଥିବା କୁହାଯାଉଛି। ଖ୍ବାପ ପଞ୍ଚାୟତ ମାଧ୍ୟମରେ ବିବାଦର ସମାଧାନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଉକ୍ତ ଯୁବକର ବାପା ସେହି ବୈଠକରେ ଅନୁପସ୍ଥିତ ରହିବାରୁ ଗ୍ରାମବାସୀ କୌଣସି ସମାଧାନ କରିପାରିନଥିଲେ। ନାବାଳିକାର ନିଜ ବାପା ବିରୋଧରେ ଏଭଳି ବୟାନ ଦେବା ପରେ ପଡିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛିା ଏବେ ନାବାଳିକାଟି ନ୍ୟାୟ ପାଇବା ଆଶାରେ ଚାହିଁ ବସିଥିବା ବେଳେ ପ୍ରଶାସନ ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟ ଘଟଣାକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ପୀଡିତା ନାବାଳିକାଟି ମାନସିକ ବିକଳାଙ୍ଗ ଥିବା କିଛି ଗ୍ରାମବାସୀ ପ୍ରକାଶ କରିଥିବା ଜଣାପଡିଛି। ଖବର ପାଇ କାଲିମେଳା ଚାଇଲ୍ଡ ଲାଇନ ଉକ୍ତ ଗ୍ରାମରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ପଡିଆ ଥାନାକୁ ନେଇଥିଲେ। ଥାନା ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଘଟଣାର ଅନୁସନ୍ଧାନ କରି ଏହାର ସତ୍ୟତା ରହିଥିଲେ ମାମଲା ରୁଜୁ କରି ତଦନ୍ତ କରାଯିବ। ପରେ ନାବାଳିକାକୁ ଚାଇଲ୍ଡ ଲାଇନ ଟିମ ପଡିଆରୁ ନେଇ ମାଲକାନଗିରି ଶିଶୁ ସୁରକ୍ଷା ସମିତି ନିକଟକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛିା ପଡିଆ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

 

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories