www.samajalive.in
Wednesday, December 10, 2025
15.1 C
Bhubaneswar

ଜାଣନ୍ତୁ, ସ୍ୱାସ୍ଥ୍ୟ ପାଇଁ ଅଦା ପାଣିର ଆବଶ୍ୟକତା

ଅଦାର ସେବନ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଅଦାରେ ଆଣ୍ଟି-ଇନଫ୍ଲେମେଟ୍ରୀ, ଆଣ୍ଟି-ବ୍ୟାକ୍ଟେରିଅଲ, ଆଣ୍ଟି-ଅକ୍ସିଡ଼ାଣ୍ଟ ବ୍ୟତୀତ ଅନ୍ୟାନ୍ୟ ବହୁ ପୋଷକ ତତ୍ତ୍ୱ ରହିଛି। ଯାହା ଶରୀରର ସମ୍ବନ୍ଧିତ କେତେକ ସମସ୍ୟାର ସମାଧାନ କରିବା ସହ ଥଣ୍ଡା ଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ମାତ୍ର ନିୟମିତ ଅଦାର ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କି କି ଲାଭ ମିଳିଥାଏ ଜାଣନ୍ତୁ….
ପାଚନ ପାଇଁ ଲାଭଦାୟକ –
ଅଦାକୁ ରାତିଯାକ ପାଣିରେ ଭିଜାଇ ରଖି ଦିଅନ୍ତୁ। ପରଦିନ ସକାଳେ ଖାଲି ପେଟରେ ଏହି ପାଣିକୁ ପିଅନ୍ତୁ। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶରୀରକୁ ଦିନଯାକ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ।
ଓଜନ ହ୍ରାସ କରେ –
ଅଦା ପାଣି ପିଇବା ଦ୍ୱାରା ଶରୀରର ଫ୍ୟାଟ କମ ହୋଇଥାଏ। ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ଫଳରେ ଆପଣଙ୍କର ଓଜନ ବୃଦ୍ଧି ହୋଇନଥାଏ। ଏହାସହ ରକ୍ତରେ ଶର୍କରା ମଧ୍ୟ ନିୟନ୍ତ୍ରିତ ହୋଇରହିଥାଏ।
କେଶ ଓ ତ୍ୱଚା ପାଇଁ ହିତକାରକ –
ଅଦାର ପାଣିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଅଧିକ ମାତ୍ରାରେ ରହିଛି। ଯାହା କେଶ ଓ ତ୍ୱଚା ପାଇଁ ଲାଭଦାୟକ। ଏହାସହ ଏଥିରେ  ଭିଟାମିନ ଏ ଓ ସି ରହିଛି, ଯାହା କେଶ ଓ ତ୍ୱଚାକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।
ମାଂସପେଶୀକୁ ଆରାମ ଦେଇଥାଏ –
ବହୁ ସମୟରେ ଆମକୁ ମାଂସପେଶୀ ବ୍ୟଥା ଭଳି ସମସ୍ୟା ସୃଷ୍ଟି ହୋଇ ରହିଥାଏ। ଅଦାର ପାଣି ପିଇବା ଦ୍ୱାରା ମାଂସପେଶୀକୁ ଆରାମ ଅନୁଭୂତ ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories