www.samajalive.in
Saturday, December 6, 2025
14.1 C
Bhubaneswar

ରିଲିଜ୍‌ ହେଲା ଶିବ କୁମାରଙ୍କ ‘ଘୋଷ୍ଟ’ ଟ୍ରେଲର; ଉତ୍ସାହ ବଢାଇଲା ଅନୁପମଙ୍କ ଝଲକ୍‌

ମୁମ୍ବଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଶିବ କୁମାରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର ‘ଘୋଷ୍ଟ’ର ହିନ୍ଦୀ ଟ୍ରେଲର ରବିବାର ରିଲିଜ୍‌ ହୋଇଛି। ଟ୍ରେଲର ରିଲିଜ୍‌ ହେଉ ହେଉ ଏହା ଦର୍ଶକଙ୍କ ଉତ୍ସାହକୁ ଦୁଇ ଗୁଣା କରିଦେଇଛି। ଚଳିତ ବର୍ଷ ଅକ୍ଟୋବର ୧୯ରେ ପରଦାକୁ ଆସିବ ‘ଘୋଷ୍ଟ’। ଫିଲ୍ମରେ ଶିବ କୁମାରଙ୍କ ସହ ବଲିଉଡ଼ର ବରିଷ୍ଠ ଅଭିନେତା ଅନୁପମ ଖେର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶିବକୁମାରଙ୍କୁ ଜଣେ ଗ୍ୟାଙ୍ଗ୍‌ଷ୍ଟର ଭାବେ ଦେଖିବାକୁ ମିଳିବ, ଯିଏକି ଜେଲ୍‌କୁ କବ୍‌ଜା କରିବାକୁ ଯାଉଛନ୍ତି।  ସେହିପରି ଅନୁପମ ଖେର ମଧ୍ୟ ଏକ ଖାସ୍‌ ଚରିିତ୍ରରେ ଅଭିନୟ କରିଛନ୍ତି। ବ୍ଲକବଷ୍ଟର ହିଟ୍ ‘ବିରବଲ’ର ନିର୍ଦ୍ଦେଶକ ଶ୍ରୀନୀ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି।

- Advertisement -

ଫିଲ୍ମରେ ଶିବ କୁମାର ଏବଂ ଅନୁପମ ଖେରଙ୍କ ବ୍ୟତୀତ ଜୟରାମ, ପ୍ରଶାନ୍ତ ନାରାୟଣନ, ଅର୍ଚ୍ଚନା ଜୋଇସ୍, ସତ୍ୟ ପ୍ରକାଶଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଟ୍ରେଲରରେ ଶିବକୁମାରଙ୍କ ଜବରଦସ୍ତ ଆକ୍ସନ ଅବତାର ଦେଖିବାକୁ ମିଳିଛି।

https://youtu.be/ANmWPmErC5o

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories