www.samajalive.in
Sunday, December 7, 2025
23.1 C
Bhubaneswar

ସରପଞ୍ଚ ନିର୍ବାଚନୀ ମାମଲାର ରାୟ , ସୁନିତା ମାଝୀ ହରାଇଲେ ପଦବୀ

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ପଞ୍ଚାୟତ ସରପଞ୍ଚ ନିର୍ବାଚନୀ ମାମଲାର ରାୟ ଶୁକ୍ରବାର ଦିନ କଣ୍ଟାମାଳ ସିଭିଲ ଜର୍ଜ ଜୁନିଅର ଡିଭିଜନ ସତ୍ୟନାରାୟଣ ଦାସ ଦିନ ଗୋଟାଏ ସମୟରେ କେଶର ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ରାୟ ପ୍ରକାଶ କରିଛନ୍ତି । ଅଦାଲତ ରାୟ ପ୍ରକାଶ କରି ବିଜୟୀ ସରପଞ୍ଚ ସୁନିତା ମାଝୀଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ପ୍ରତିଦ୍ୱନ୍ଦି ତଥା ଆବେଦନକାରୀ ପ୍ରଭାସିନୀ ଖଟୁଆଙ୍କୁ ବିଜୟୀ ଘୋଷଣା କରିଛନ୍ତି ।
ସୂଚନା ପ୍ରକାରେ ୨୦୨୨ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ପ୍ରଭାସିନୀ ଖଟୁଆଙ୍କୁ ହରାଇ ସୁନିତା ମାଝୀ ବିଜୟ ଲାଭ କରି ସରପଞ୍ଚ ପଦବୀରେ ଆସିନ ହୋଇଥିଲେ । ନିର୍ବାଚନ ପରେ ପରାଜିତ ପ୍ରାର୍ଥି ପ୍ରଭାସିନୀ ଖଟୁଆ ଅଦାଲତର ଦ୍ୱାରସ୍ଥ ହୋଇ ତିନୋଟି ସନ୍ତାନର ଜନନୀ ହୋଇଥିବାରୁ ସୁନିତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିବେଦନ କରିଥିଲେ । ଦୀର୍ଘ ଏକୋଇଶି ମାସ ପରେ ମାମଲାର ଶୁଣାଣୀ କରି କଣ୍ଟାମାଳ ସିଭିଲ ଜଜ୍ ଜୁନିୟର ଡିଭିଜନ ସତ୍ୟନାରାୟଣ ଦାସ ସମସ୍ତ ସାକ୍ଷ ପ୍ରମାଣ ଏବଂ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଆଧାର କରି ତାଙ୍କ ରାୟରେ ସୁନିତା ମାଝୀଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ପ୍ରତିଦ୍ବନ୍ଦ୍ଵି ପ୍ରଭାସିନୀ ଖଟୁଆଙ୍କୁ ସରପଞ୍ଚ ଭାବେ ଘୋଷଣା କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଭାବେ ବୌଦ୍ଧର ବରିଷ୍ଠ ଆଇନଜୀବୀ ସଚିଦାନନ୍ଦ ଦଲାଲ, ଶ୍ରୀ ରାଜୀବ କୁମାର ଦଲାଲ ଓ କଣ୍ଟାମାଳ କୋର୍ଟର ବରିଷ୍ଠ ଆଇନଜୀବୀ କୈଳାସ ଚନ୍ଦ୍ର ବାରିକ ପ୍ରମୁଖ ମାମଲାର ପରିଚାଳନା କରିଥିଲେ । ଅଦାଲତଙ୍କ ଏହି ଐତିହାସିକ ରାୟକୁ ଖୁଣ୍ଟିଗୋରା ଗ୍ରାମପଞ୍ଚାୟତବାସୀ ସମ୍ମାନ ଜଣାଇଥିବା ବେଳେ ପ୍ରତିଦ୍ବନ୍ଦୀ ପ୍ରଭାସିନୀ ଖଟୁଆ ନ୍ୟାୟ ଓ ଧର୍ମର ଜୟ ହୋଇଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories