ଗ୍ୟାସ ଟ୍ୟାଙ୍କରକୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଗୁରୁତର

ଗଞ୍ଜାମ :  ଗଞ୍ଜାମ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଜୟଶ୍ରୀ ଛକରେ ରବିବାର ସନ୍ଧ୍ୟାରେ ଏକ ଗ୍ୟାସ ବୋଝେଇ ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବା ଫଳରେ ଜଣେ ଗୁରୁତର ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆହତ ଡ୍ରାଇଭରକୁ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଥିବା ଜଣାପଡିଛି। ସୂଚନା ଯୋଗ୍ୟଯେ ହାଇଡ୍ରୋ କ୍ଲୋରିନ ଏସିଡ଼ି ଭର୍ତ୍ତି ଗ୍ୟାସ ଟାଙ୍କି ଗାଡିକୁ ଏକ ଟ୍ରକ  ଧକ୍କା ଦେଇଥିଲା। ଫଳରେ ଟ୍ରକ ହେଲପର ଘଟଣା ସ୍ଥଲରୁ ଫେରାର ହୋଇ ଯାଇଥିବା ବେଳେ ଏହି ଟ୍ରକରେ ଡ୍ରାଇଭର ମଧ୍ୟ ଚାପି ହୋଇ ରହିଥିଲେ। ଖବର ପାଇ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀ ଆସି ପ୍ରାୟ ଅଧା ଘଣ୍ଟା ପରେ ଗୁରୁତର ଆହତ ଡ୍ରାଇଭରକୁ ଉଦ୍ଧାର କରାଯାଇଥିଲା। ପରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଛତ୍ରପୁର ଏସ୍ଡ଼ିପିଓ ଗୌତମ କିସାନ ଘଟଣା ସ୍ଥଳ ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥାନୀୟ ଗ୍ରାସୀମ ଓ ସନଟେକ କମ୍ପାନୀ ସେଫଟି ଅଫିସର ଆସିବା ପରେ ଅନ୍ୟ ଏକ ଟ୍ୟାଙ୍କରେ ଗ୍ରାସ ଲୋଡ଼ କରାଯାଇଥିଲା। ଏହି ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳ ବାସୀ ଭୟଭୀତ ହୋଇ ପଡିଥିଲେ। ଦୀର୍ଘ ସମୟ ଧରି ଏସିଡ଼ି ଧୂଆଁ ନିର୍ଗତ ହୋଇଥିଲା। ଏଥିସହିତ ଏସିଡ଼ି ପଡ଼ିଥିବା ଅଞ୍ଚଳ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରାୟ ଅଧ ଘାଣ୍ଟ ମଧ୍ୟରେ ପରିସ୍ଥିତି ଆୟତ୍ତ କରିଥିଲେ।

Comments are closed.