www.samajalive.in
Saturday, December 6, 2025
23.1 C
Bhubaneswar

ଆଇସ୍‌କ୍ରିମ ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଟାଙ୍କି ଫାଟି ପୁଅ ମୃତ, ବାପା ଗୁରୁତର

ବାଙ୍କୀ/କଳାପଥର: ବାଙ୍କୀ ଚର୍ଚ୍ଚିକାସାହିସ୍ଥିତ ଏକ ଆଇସ୍‌କ୍ରିମ ପ୍ୟାକ୍ଟ୍ରିରେ ଶନିବାର ଦୁର୍ଘଟଣା ଘଟିଛି। ଗ୍ୟାସ ଟାଙ୍କି ଫାଟିଯିବାରୁ ସ୍ମୃତିରଞ୍ଜନ ସୁବୁଦ୍ଧି(୨୫) ନାମକ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ବାପା ସୁଶାନ୍ତ କୁମାର ସାହୁ(୫୧) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାଙ୍କୀ ହସ୍ପିଟାଲ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ସୁଶାନ୍ତ ଏବଂ ତାଙ୍କ ପୁଅ ରଞ୍ଜନ ଆଇସ୍‌କ୍ରିମ ଫ୍ୟାକ୍ଟ୍ରିକୁ କମ୍ପ୍ରେସର ମରାମତି କରିବା ପାଇଁ ଆସିଥିଲେ। କମ୍ପ୍ରେସରରୁ (ଆର-୨୨) ଗ୍ୟାସ ଟାଙ୍କିକୁ କାଢୁଥିଲାବେଳେ ଟାଙ୍କି ଫାଟିଯାଇଥିଲା। ଫଳରେ ସ୍ମୃତିରଞ୍ଜନଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ବାପା ସୁଶାନ୍ତ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ବାଙ୍କୀ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ସ୍ମୃତିରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଙ୍କୀ ପୁଲିସ ଫ୍ୟାକ୍ଟ୍ରିରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ମୃତକଙ୍କ ଘର ବେଗୁନିଆ ଥାନା ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମରେ ବୋଲି ସୂଚନା ମିଳିଛି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories